କନ୍ଧମାଳ ଟିମ୍ ହ୍ୟୁମାନିଟି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଟିମ୍ ହ୍ୟୁମାନିଟି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତୁଡିପାଜୁ ଠାରେ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଟିମ୍ ର ଜିଲ୍ଲା ସ୍ତରର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ଏହି ବୈଠକରେ ଟିମ୍ ର ବିଗତ ଦିନର କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ କିଭଳି ଅଧିକ ଉନ୍ନତତର କାର୍ଯ୍ୟକ୍ରମ କରି ସମାଜ ସେବା କ୍ଷେତ୍ରରେ ଏକ ଭିନ୍ନ ଧରଣର ପଦକ୍ଷେପ ନେବା ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି । ଆଗକୁ ଟିମ୍ ଯେମିତି ବିଭିନ୍ନ ଦିଗରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଭଲ ମନ୍ଦ ରେ ସାଥି ହେଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । ଉକ୍ତ ସ୍ଥାନଟି ବଣଭୋଜି ନିମନ୍ତେ ଉଦ୍ଧିଷ୍ଟ ଥିବା ହେତୁ ଟିମ୍ ର କାର୍ଯ୍ୟକ୍ରମ ଶେଷ ହେବା ପରେ ଉକ୍ତ ସ୍ଥାନର ଚତୁଃପାର୍ଶ୍ଵରେ ହୋଇଥବା ଭୋଜି ର ଆବର୍ଜ୍ଜନା ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ସମସ୍ତ ସଦସ୍ୟ ସଦସ୍ୟା ପାଖା ପାଖି ପରିବେଶର ଆବର୍ଜ୍ଜନା ସଫାକରିବା ଦିଗରେ ନିୟୋଜିତ ହୋଇଥିଲେ । ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି.ଲୋକନାଥ ରାଜୁ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ପରିଚାଳନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ