ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜର ସାଧାରଣ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଡ଼ର ହାତୀଶାଳା ଠାରେ ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ ବାଲିଗୁଡ଼ା, କନ୍ଧମାଳର ସଭାପତି ବିଭୁତି ଭୂଷଣ ଦଳପତିଙ୍କ ସଭାପତିତ୍ୱରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କନ୍ଧଗୌଡ ସମାଜ ସେବା ସମିତି କନ୍ଧମାଳର ସଭାପତି ପ୍ରେମାନନ୍ଦ ମାଝୀ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ମା ମଙ୍ଗଳା ପୂଜାରୀ ଖଣ୍ଡାୟତ ସମାଜ କନ୍ଧମାଳର ସଭାପତି ଶ୍ୱେତାବନ ପୂଜାରୀ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଆଇନଜୀବୀ ବେହେରା ସମାଜକୁ ସୁଦୃଢ଼ କରିବାକୁ ହେଲେ ପରସ୍ପର ମଧ୍ୟରେ ଏକତା ସହଯୋଗ ମନୋବୃତି ରହିବା ନିହାତି ଆବଶ୍ୟକ ଏବଂ ନିଶା ନିବାରଣ, ବାଲ୍ୟବିବାହକୁ ରୋକିବାକୁ ହେଲେ ବର୍ତମାନର ଶିଖିତ ଯୁବପିଢୀ ଗାଁ ଗାଁକୁ ବୁଲି ମା ଭଉଣୀଙ୍କୁ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ପଡିବ । ଏନେଇ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସହଯୋଗ କରାଯାଉଛି । ତାହା ସେମାନଙ୍କୁ ଜଣେଇବାକୁ ପଡିବ ଏଥି ସହିତ ଓବିସି ମାନଙ୍କ ପାଇଁ ସାମ୍ବିଧାନିକ ଅଧିକାର ପାଇଁ ଆମକୁ ଲଢେଇ କରିବାକୁ ପଡିବ ବୋଲି ମୁଖ୍ୟ ବକ୍ତା ଶ୍ୱେତାବନ ପୂଜାରୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମତ୍କଳ ଦଳପତି, ସାଧାରଣ ସମ୍ପାଦକ ସୀତାରାମ ଦଳପତି, ସହ ସମ୍ପାଦକ ବିରଞ୍ଚି ଦଳପତି, ଉପଦେଷ୍ଟା ମୂର୍ତ୍ତି ଦଳପତି, କଇଥ ଦଳପତି, ବିଶି ଦଳପତି, ସଦାନନ୍ଦ ଦଳପତି, ଅଞ୍ଜନ ଦଳପତି, ନିର୍ମଳା ଦଳପତି, ବନିତା ଦଳପତି, ମଞ୍ଜୁଳା ଦଳପତି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ