୩୩ ତମ ରାଜ୍ୟସ୍ତରୀୟ କେରାଟେ ଚମ୍ପିୟାନ : ଟିକାବାଲି ପାଇଲା ୮ ଟି ପଦକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ଭୁବନେଶ୍ୱର ଉତ୍କଳ କେରାଟେ ସ୍କୁଲ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୩୩ ତମ ରାଜ୍ୟସ୍ତରୀୟ ସବ -ଜୁନିୟର କେରାଟେ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ଟିକାବାଲି କେରାଟେ ସ୍କୁଲ ପକ୍ଷରୁ ୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ୮ଜଣ କୃତିତ୍ୱ ଅର୍ଜନ କରିଛନ୍ତି l ଯଥା ଦୁଇ ଜଣ ସ୍ଵର୍ଣ୍ଣ ଦୁଇଜଣ ରୌପ୍ୟ ଏବଂ ଚାରି ଜଣ କାଂସ୍ୟ ପଦକ ହାସଲ କରିଥିବା ଜଣା ପଡିଛି l ଓଡିଶା ରୁ ବିଭିନ୍ନ ଜିଲ୍ଲା ରୁ ଭାଗ ନେଇଥିବା ବେଳେ କନ୍ଧମାଳ ଟିକାବାଲି ରୁ ପ୍ରିୟାଶୁଂ ପଣ୍ଡା ଏବଂ ଉଦ୍ଧବ ପ୍ରଧାନ ଫାଇଟ ରେ ସ୍ଵର୍ଣ୍ଣ ପାଇଥିବା ବେଳେ ଶ୍ରବଣ କହଁର ଓ ଲବଣ କହଁର ଫାଇଟ ରେ ରୌପ୍ୟ ଏବଂ, ରୁଦ୍ରପ୍ରସାଦ ପ୍ରଧାନ, ନିବେଦିତା ପଣ୍ଡା, ସ୍ଵୟଂମ୍ ମହାପାତ୍ର ଫାଇଟ ରେ କାଂସ୍ୟ ପଦକ ପାଇଥିବା ବେଳେ ଶ୍ରିୟାରାନୀ ସୁବୁଦ୍ଧି କାଟାରେ କାଂସ୍ୟ ପଦକ ହାସଲ କରିଥିବା ପ୍ରଶିକ୍ଷକ ଗୋପାଳ କହଁର ସୂଚନା ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ