କନ୍ଧମାଳ ପ୍ରେସକ୍ଲବ ପକ୍ଷରୁ ଶୋକସଭା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ୍‍ କ୍ଲବ ପକ୍ଷରୁ ଗୁରୁବାର ଏକ ଶୋକସଭା ଅନୁଷ୍ଠିତ ହୋଇ ଦୁର୍ଘଟଣାରେ ମୃତ ଯୁବ କ୍ୟାମେରା ମ୍ୟାନ୍‍ ରାଜୁ ନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା। ରାଜୁଙ୍କ ଅକାଳ ବିୟୋଗରେ କନ୍ଧମାଳ ଜିଲ୍ଲା ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କୁ ହରାଇଲା ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ କହିଛନ୍ତି। ସେ ଜଣେ ମେଳାପି, ଅମାୟିକ ଯୁବକ ଥିଲେ। ରାଜୁଙ୍କ ଦିବଙ୍ଗତ ଆତ୍ମାର ଶାନ୍ତି କାମନା କରି ୨ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକସଭାରେ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସମ୍ପାଦକ ଅଜିତ୍‍ ମହାରଣା, ଉପସଭାପତି ଅଶୋକ ମହାନ୍ତି ଓ ସୁଜିତ୍‍ ବେହେରା, ସୁନିଲ ବିଶ୍ୱାଳ, ବଟକୃଷ୍ଣ ବିହାରୀ, ସତ୍ୟ ନାରାୟଣ ବେହେରା, ତ୍ରିନାଥ ସାହୁ, ସନ୍ତୋଷ ମିଶ୍ର, ପ୍ରଶାନ୍ତ କୁମାର ବେହେରା, ତାରିଣୀ ପାଢୀ,ଆଦିତ୍ୟ ତ୍ରିପାଠୀ,ପ୍ରଶାନ୍ତ ମହାନ୍ତି,ରଞ୍ଜନ କୁମାର ଦାସ, ବିରେନ୍ଦ୍ର ସୁବୁଦ୍ଧି, ବୌଦ୍ୟନାଥ ନାୟକ, ଶିବ ନାୟକ, ଶିବାନନ୍ଦ ପଟ୍ଟନାୟକ, ଶିବ ବିଶ୍ୱାଳ, ହୁରଞ୍ଜନ ସେଠୀ, ଦିନେଶ ମହାପାତ୍ର, ବ୍ରଜମୋହନ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ