କନ୍ଧମାଳ ଫେରିଛନ୍ତି ୪୦୯୩ ପ୍ରବାସୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରବିବାର ରାତି ସୁଦ୍ଧା ୨୦ଟି ରାଜ୍ୟରୁ ୪୦୯୩ଜଣ ପ୍ରବାସୀ ଓଡ଼ିଆ ଜିଲାକୁ ଫେରିଥିବାବେଳେ ଏଥିରୁ ୧୧୭୫ଜଣଙ୍କୁ ନିଜ ଘରକୁ ଫେରିଛନ୍ତ । ରବିବାର ଜିଲ୍ଲାକୁ ଫେରିଥିବା ୨୬ଜଣ ପ୍ରବାସୀମାନଙ୍କୁ ବିଭିନ୍ନ କ୍ୱାରାଣ୍ଟଟାଇନ୍ ହୋମରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରବିବାର ପର୍ଯ୍ୟନ୍ତ ଜିଲ୍ଲାକୁ ଆସିଥିବା ୪୦୯୩ଜଣ ମଧ୍ୟରୁ ୨୯୧୮ ଜଣ ପ୍ରବାସୀଙ୍କୁ ୭୬ଟି କ୍ୱାରାଣ୍ଟଟାଇନ୍ ହୋମ ରଖାଯାଇଛି । କେରଳରୁ ୯୪୭ଜଣ, ସୁରତରୁ ୩୬୫, ଝାଡ଼ଖଣ୍ଡରୁ ୫ ଜଣ, ମହାରାଷ୍ଟ୍ରରୁ ୧୭୩ ଜଣ, ଆନ୍ଧ୍ରପ୍ରଦେଶରୁ ୩୪୭ ଜଣ, ତେଲେଙ୍ଗାନାରୁ ୪୧୫, ତାମିଲନାଡ଼ୁରୁ ୧୨୦୬ ଜଣ, କୋଲକାତାରୁ ୪୬ ଜଣ, କର୍ଣ୍ଣାଟକରୁ ୩୨୪ ଜଣ, ମଧ୍ୟପ୍ରଦେଶରୁ ୭୪ ଜଣ, ଉତ୍ତରାଖଣ୍ଡ ହରିଦ୍ୱାରରୁ ୧୪ଜଣ, ଛତିଶଗଡ଼ରୁ ୧୨, ଉତ୍ତରପ୍ରଦେଶରୁ ୧୬ଜଣ, ବିହାରରୁ ୩୭, ଦିଲ୍ଲୀରୁ ୧୯ ଜଣ, ଗୋଆରୁ ୭୩ ଜଣ, ହରିୟାଣାରୁ ୩ ଜଣ, ରାଜସ୍ଥାନରୁ ୧୪ ଜଣ , ଜାମ୍ମଚୁ କଶ୍ମୀରରୁ ୨ଜଣ ଓ ଡାମନ ଡିଉରୁ ଜଣେ ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ