କନ୍ଧମାଳ ବିଜେଡ଼ିରେ  ମିଶ୍ରଣ ପର୍ବ : ମିଶିଲେ ବିଭିନ୍ନ ଦଳର କର୍ମୀ ଓ ସମର୍ଥକ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଫୁଲବାଣୀ  ଠାରେ ଚକାପାଦ ବ୍ଲକ ଓ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଛନ୍ତି।ଏଥିସହିତ କନ୍ଧମାଳ ଜିଲ୍ଲାର ପୂର୍ବତନ ଛାତ୍ର ନେତା ବ୍ରଜ କିଶୋର ପଟ୍ଟନାୟକ ତାଙ୍କର ସମର୍ଥକଙ୍କ ସହ ବିଜେଡ଼ି ରେ ଯୋଗଦାନ କରିଛନ୍ତି। ଛାତ୍ର ଜୀବନରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ୧୯୮୩ ଓ ୮୪ ମସିହାରେ ସରକାରୀ ମହାବିଦ୍ୟାଳୟରେ ସଭାପତି ରୂପେ ନିର୍ବାଚିତ ହୋଇଥିଲେ।୧୯୮୫ ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସହ ବୌଦ୍ଧ ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲଥିଲେ ।ରାଜ୍ୟର ବୃହତ୍ତମ କର୍ମଚାରୀ ସଂଗଠନ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ରାଜ୍ୟ ଉପାଧ୍ୟକ୍ଷ ଦାୟିତ୍ୱ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରିଥିଲେ।ତାଙ୍କର ଯୋଗଦାନ ଫଳରେ କନ୍ଧମାଳ ଜିଲ୍ଲାରେ ବିଜେଡି ଦଳ ଅଧିକ ସକ୍ରିୟ ହୋଇପାରିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଧରିଛି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି କର୍ମୀ ତଥା ଅଶୋକ କୁମାର ବେହେରା, ନଗର ସଭାପତି ସୁଧୀର କୁମାର କହଁର,ବିଜେଡି ମହିଳା ସଭନେତ୍ରୀ ପୁନମ କଁହର,ବିଜେଡି ଯୁବ ସଭାପତି ଵିଷ୍ଣୁ ଚରଣ ମଲ୍ଲିକ, ବିଜେଡି ଛାତ୍ର ନେତା ସୁନିଲ ସେଠୀ,ବିଧାୟକ ପ୍ରତିନିଧି ବିମଳ କୁମାର ନାୟକ,ଚକାପାଦ ବ୍ଲକ ସଭାପତି ରାଜେଶ ଦିଗଲଙ୍କ ସମେତ ବହୁ ବିଜେଡି କର୍ମୀ ଏହି ମିଶ୍ରଣ ପର୍ଵରେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ