ପ୍ରବଳ ଶିତରେବି ଅଟଳ ଆନ୍ଦୋଳନକାରୀ ୨୪ ଘଂଟା ପରେବି ଅଧିକାରୀଙ୍କ ଦେଖାନାହିଁ

ଘଟଗାଁ, (ନାରାୟଣ ପଲେଇ) : ଆଇରନ୍ କ୍ରସରକୁ ବନ୍ଦ କରିବା ଦାବିରେ ରାତି ଦିନ ଧାରଣାରେ ବସିଛନ୍ତି ଗ୍ରାମବାସୀ । ସ୍ଥାନୀୟ ପୋଲିସ୍ ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ୨୪ ଘଂଟା ପରେବି ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବେଢାପାଳ ଗାଁ ଜଙ୍ଗଲରେ ନୁଆକରି ହେବାକୁ ଯାଉଛି ଆଇରନ୍ କ୍ରସର । ଏଠାରେ ପୂର୍ବରୁ ଏକ ଷ୍ଟୋନ୍ କ୍ରସର୍ ରହିଥିଲା । ବର୍ତମାନ ଏହାକୁ ବଡକରାଯାଇ ଆଇରନ୍ କ୍ରସର କରାଯାଉଛି । ଆଇରନ୍ ଟ୍ରକ୍ ଯିବା ଆସିବା ପାଇଁ ଆବସ୍ୟକୀୟ ଓସାରିଆ ରାସ୍ତା ଓ ଆଇରନ୍ ଡମ୍ପ ପାଇଁ ଆବଶ୍ୟକ ପର୍ଯ୍ୟନ୍ତ ସ୍ଥାନ ହାତେଇ ନେଇଛି । କିନ୍ତୁ ଏହି ରାସ୍ତା ଓସାର ପାଇଁ କ୍ରସର୍ ମାଲିକ ମନମୁଖି ଭାବେ ଅନେକ ଗଛ ମଧ୍ୟରେ ମାଟି ପକାଇବା ସହିତ କ୍ରସର୍ ଆୟତନ ବୃଦ୍ଧି ପାଇଁ ହଜାର ହଜାର ଗଛକୁ ପାଚେରୀ ବୁଲାଇଦେଇ ରଖିଛି । ଆରରନ୍ ଡମ୍ପ ପାଇଁ ସମତଳ କରାଯାଇଥିବା ସ୍ଥାନରୁ ଗଛ ସବୁ ସଫା କରି ଦିଆଯାଇଛି । ସବୁ ଠାରୁ ବଡ କଥା କ୍ରସର ନିର୍ମାଣ ପାଇଁ ଗାଁରେ ଏକ ପଲ୍ଲିସଭା ହୋଇ ଗ୍ରାମବାସୀ ମତ ବୁଝିବା କଥା କିନ୍ତୁ ତାହା ମଧ୍ୟ କାରାଯାଇନାହିଁ । ଫଳରେ ଗତକାଲି କ୍ରସର୍‌କୁ କିଛି ଆଇରନ୍ ଡଷ୍ଟ ଲୋଡ ହୋଇଥିବା କିଛି ଆଇରନ୍ ଟ୍ରକକୁ କ୍ରସର ଭିତରକୁ ଛାଡିନଥିଲେ । ତାସହିତ ଆଇରନ୍ କ୍ରସରକୁ ସମ୍ପୁର୍ଣ୍ଣ ଭାବେ ଏଠାରୁ ଉଠାଯାଉ ବୋଲି ଦାବି କରିବା ସହିତ ଗତକାଲି ଠାରୁ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଧାରଣା ଦେବାର ୨୪ ଘଂଟା ପରେ ଗ୍ରାମବାସୀଙ୍କ ପାଖକୁ ଅଧିକାରୀ ମାନେ ଆସୁନାହାନ୍ତି । ଅନ୍ୟପକ୍ଷରେ ଦିନ ରାତି ଶିତ କାକରରେ ଧାରଣାରେ ବସିଛନ୍ତି ଗ୍ରାମବାସୀ । ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି କ୍ରସର ପରିଚାଳକଙ୍କୁ ପଚାରିବାରୁ ସେ ଆମକୁ ତାଙ୍କର କ୍ରସର ପାଇଁ ସମସ୍ତ ପର୍‌ମିସନ୍ ପାଇଥିବା କହିଛନ୍ତି । ତେବେ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଏକ ପଲ୍ଲିସଭା ହୋଇଥାଏ, ଗ୍ରାମବାସୀଙ୍କ ମତାନୁଯାୟୀ ଏଠଅରେ କ୍ରସର ବସିବ କି ନାହିଁ ତାହା ସ୍ଥିର କରାଯାଇଥାଏ । କିନ୍ତୁ କ୍ରସର ମାଲିକ ତାହା ମଧ୍ୟ କରିନାହିଁ । ତେବେ ଏସବୁ ନକରିବା ପରେ ସେଠାରେ ଓ.ଏମ୍‌.ସି କତୃପକ୍ଷ କିପରି ଆଇରନ୍ କ୍ରସର୍ ପାଇଁ ପର୍‌ମିସନ୍ ପ୍ରଦାନ କଲେ ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଅନ୍ୟପକ୍ଷରେ ପୂର୍ବରୁ କ୍ରସର୍‌କୁ ଯାଇଥିବା ରାସ୍ତା ଅଣଓସାର ଥିଲା, ତାକୁ ମଧଯୟ କ୍ରସର ମାଲିକ ମନମୁଖି ଭାବେ ରାସ୍ତା ପାଶ୍ୱର୍ରେ ଥିବା ମୁଲ୍ୟବାନ୍ ଗଛକୁ କାଟି ବଡ ବଡ ଆଇରନ୍ ଗାଡିର ଯାତାୟତ ପାଇଁ ରାସ୍ତାକୁ ଓସାର କରିପାକାଇଛି । ତେବେ ରିଜର୍ଭ ଜଙ୍ଗଲକୁ କାଟି ତା ଓପରେ ମାଟି ପକାଇ ରାସ୍ତା କରିବା ସହିତ ହଜାର ହଜାର ମୁଲ୍ୟବାନ୍ ଶାଳ ଗଛକୁ ପାଚେରୀ ଘେରେଇ ରଖିଛି କ୍ରସର ମାଲିକ । କିନ୍ତୁ ଆଶ୍ଚର୍ଯ୍ୟର କଥା ବନ ବିଭାଗ ମଧ୍ୟ ସବୁ ଦେଖି ସବୁ ଜାଣି ଆଖିରେ ପଟି ବାନ୍ଧି ବସିଛି । ଗୋଟିଏ ପଟେ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନି ଦେଇଥିବା ବେଳେ ଅନ୍ୟପଟେ ଦେଖିବାକୁ ବାକି ରହିଲା କେବେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁଛି ଓ ଏ ଆନ୍ଦୋଳନ ହଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ