କପାଳେଶ୍ୱର ପଂଚାୟତ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତ ପକ୍ଷରୁ ସ୍ଥାନୀୟ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ହାଇସ୍କୁଲ ପରିସରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ ଗାୟତ୍ରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ ଜିଲ୍ଲାପାଳ ତଥା ଭାରତୀୟ ପ୍ରଶାସନିକସେବାର ଯୁବ ଅଧିକାରୀ ଅକ୍ଷୟ କୁମାର ଅଗ୍ରୱାଲ,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ ବିଡିଓ ସୁଧିର କୁମାର ସିଂ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଂଚାୟତର ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ସ୍ୱେଛାସେବୀ ଓ ପଂଚାୟତର ୱାର୍ଡମେମ୍ବରମାନଙ୍କୁ ଉତ୍ତରୀୟ ଓ ଗୋଟିଏ ଗୋଟିଏ ଚାରାଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ସମସ୍ତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ସ୍ୱେଛାସେବୀ ଓ ପଂଚାୟତର ୱାର୍ଡମେମ୍ବର,ନାଏବ ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ