କପା ଗଛ ରେ ଅଜଣା ରୋଗ ଚାଷୀଙ୍କ ଚିନ୍ତା ବଢାଇଛି

ସନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଜନାପଲୀ କପା ଚାଷୀ ଙ୍କ ଚିନ୍ତା ବଢାଇଛି କପା ଫସଲ ରେ ରୋଗ ।ଏପରି ଅବସ୍ଥା ହୋଇଛି ଯେ ଗଛ ରୋଗାକ୍ରାନ୍ତ ହୋଇ ସଂପୂର୍ଣ୍ଣ ଶୁଖି ମରିଯାଉଛି । କପା ଫସଲ ରେ ବର୍ତ୍ତମାନ ଫୁଲ ଓ ଫଳ ଆସିବା ସମୟ । ଏହି ସମୟରେ ଏହି ଅବସ୍ଥା ରେ କେଉଁ ଔଷଧ ସିନ୍ଚନ କରିବେ ଜାଣି ପାରୁ ନ ଥିବା ବେଳେ କୃଷି ବିଭାଗ କର୍ମଚାରୀ କିମ୍ବା ଅଧିକାରୀ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ରାଜନାପଲୀ ଗାଁ ରେ ପାଖା ପାଖି ଷାଠିଏ ଜଣ ଚାଷୀ କପା ଚାଷ କରିଛନ୍ତି । ଧଳା ସୁନା ରୂପେ ପରିଚିତ କପା ଚାଷ କରି ଲାଭବାନ ହେବା ପାଇଁ ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି କିନ୍ତୁ ବିଭାଗୀୟ କର୍ମଚାରୀ ଚାଷୀ ଙ୍କୁ ଅବହେଳା କରୁଛନ୍ତି ବୋଲି କହିଛନ୍ତି ଚାଷୀ ।କୃଷି ବିଭାଗ ତୁରନ୍ତ ପଦକ୍ଷେପ ନ’ ନେଲେ ବହୁତ ପରିମାଣରେ କପା ଚାଷୀ କ୍ଷତି ସହିବେ ବୋଲି କହିଛନ୍ତି କପା ଚାଷୀ ।ଅପରପକ୍ଷରେ  କପା ଫସଲ ରେ ବର୍ତ୍ତମାନ ରୋଗ ଓ ପୋକ ଲାଗିବା ସମୟ ତେଣୁ ଚାଷୀ ଫସଲ ରେ ଔଷଧ ସିନ୍ଚନ କରିବାକୁ ପଡିବ ତେଣୁ କୃଷି ଅଧିକାରୀ କିମ୍ବା ଗ୍ରାମସେବକ ଓ କୃଷକ ସାଥୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି ବ୍ଲକ କୃଷି ବିଭାଗ ସହକାରୀ ଅଧିକାରୀ   ବିଶ୍ବ ରଞ୍ଜନ ରାଉତ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ