କବିରାଜ ବ୍ରଜବାସୀ ବାଯୁବନ୍ଧ ଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ କେ.ସୀତାପୁର ଗ୍ରାମସ୍ଥ ଖଣ୍ଡିଆ ସାହି ଠାରେ ବୈଦ୍ୟରାଜ କବି ବ୍ରଜବାସୀ ବାଯୁବନ୍ଧ ଙ୍କ ୧୩୮ତମ ଜୟନ୍ତୀ ପାଳିତ ହୋଇଯାଇଛି । ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଖଣ୍ଡିଆସାହି ତୁଳସୀ ମଣ୍ଡପରୁ ସଂପର୍କିତ ମଣ୍ଡଳି ଦଳ ବାହାରୀ ଗ୍ରାମ ପରିକ୍ରମା କରିଥିଲେ । ସେ ଜଣେ ଏକାଧାରରେ କବି, ଲେଖକ , ନାଟ୍ୟକାର , ମୃଦଙ୍ଗ ବାଦକ ପ୍ରଜାବସ୍ଥଳ ଜନନାୟକ ରାଜନେତା ଥିଲେ । ଶ୍ରୀଶ୍ରୀ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ ତାଙ୍କ ସାହିତ୍ୟ ସାଧନାରେ ମୁଗ୍ଧ ହୋଇ ବୈଦ୍ୟଘରରୁ ବାଯୁବନ୍ଧ ଉପାଧି ପ୍ରଦାନ କରିଥିଲେ । କାବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିଶ୍ରୀ ଗୋପାଳକୃଷ୍ଣ ଙ୍କ ଦ୍ଵାରା ସେ ପ୍ରଭାବିତ ହୋଇଥିଲେ , ତାଙ୍କଦ୍ଵାରା ରଚିତ ଗୀତନାଟ୍ୟ , ହାସ୍ୟଭଲ୍ଲି, ପୁରାଣ ପଥି ଆଦି ଦେଖିବାକୁ ପାଇପାରିବ । ସେଥିମଧ୍ୟରୁ , ବାଇକା , ହନୁଅର୍ଜ୍ଜନ କୋଳି , ଅଜନାତିନୀ କୋଳି, ତିନିସଉତୁଣୀ କୋଳି, ମଧୁରା ବିଜୟ, ଶ୍ରୀରାମ କବଜ , କୁଳଚନ୍ଦ୍ରମା , ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା, ଭୂତକୋଳି , ଶ୍ରୀଚଣ୍ଡାଳୁଣୀ , ଶ୍ରୀଲକ୍ଷ୍ମୀଙ୍କ ଗୁରୁବାର ପାଳନ, ଦୁଃଶାସନ ବନ୍ଧନ, ଶ୍ୟାମଘନ ବନ୍ଧନ , ହାଡିପାଙ୍କ ଶିକ୍ଷାଦାନ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଲଣ୍ଡନଯାତ୍ରା ଆଦି ଅନେକ କିଛି ରହିଛି । ଯଦି କୌଣସି ସାହିତ୍ୟକ ଗାଳ୍ପିକ, ଐତିହାସିକ ଜିଜ୍ଞାସା ଜାହାନ୍ତି । ତେବେ ତାଙ୍କର ଜନ୍ମସ୍ଥାନ ଗଜପତି ଜିଲ୍ଲା କେ.ସୀତାପୁର ଗ୍ରାମରୁ ସଂଗ୍ରହଣ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ