ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରାକୁ ନେଇ ଉତ୍ତେଜନା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରାକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ଗୋଷାଣୀ ବ୍ଳକ ଅନ୍ତର୍ଗତ ଖରଷଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଉତ୍ତେଜନା ପରିସ୍ଥିତି। ଦୀର୍ଘ ତିନି ପୂର୍ବରୁ ଖରସଣ୍ଡା ଗ୍ରାମର ଜି. କ୍ରୀଷ୍ଣା ତାଙ୍କ ଘର ସମ୍ମୁଖରେ ମୂଖ୍ୟ ମନ୍ତ୍ରୀଙ୍କ ସମ୍ମାନ ଜନକ ଫୋଟ ଚିତ୍ର ଲଗାଇଥିଲେ। ଗତକାଲି ସେ ଖରସଣ୍ଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଥିଲେ। ବିଜେପିର ଗଡ଼ ଭାବେ ପରିଚିତ ଏହି ପଞ୍ଚାୟତରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ପ୍ରଭାବିତ କରିବାକୁ ଆରମ୍ଭ ହୋଇଥିଲା କସରତ। ଗତକାଲି ସନ୍ଧ୍ୟାରେ କିଛି ଖଳ ପ୍ରକୃତି ଲୋକଙ୍କୁ ବ୍ୟବହାର କରି ହଟ୍ଟଗୋଳ କରାଯାଇଥିଲା। ପରେ ରାତିରେ କ୍ରୀଷ୍ଣାଙ୍କ ଘର ସମ୍ମୁଖରେ ଥିବା ମୂଖ୍ୟମନ୍ତ୍ରୀଙ୍କ ଫୋଟଚିତ୍ରକୁ କାଟି ବିକୃତ କରାଯାଇଥିଲା ଏହା ଜାଣିବା ପରେ ନବୀନ ପ୍ରେମୀ ଘଟଣା ସ୍ଥଳରେ ଧାରଣାରେ ବସି ଏହାର ପ୍ରତିବାଦ କରିଥିଲେ। ଏଥିରେ ବିଜେଡ଼ି କର୍ମୀ ମଧ୍ୟ ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ମୂଖ୍ୟମନ୍ତ୍ରୀଙ୍କ ଫୋଟଚିତ୍ରକୁ ବିକୃତ କରିବାରେ ବିଜେପି କର୍ମୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ପ୍ରାର୍ଥୀଓ ବିଜେଡ଼ି ନେତା।


