କବି ବିଚିତ୍ରାନନ୍ଦଙ୍କ କବିତା ସଙ୍କଳନ “ଶିଖା ଓ ସଳିତା” ଲୋକାର୍ପଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପୂର୍ବାନ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟଠାରେ “ଶିଖା ଓ ସଳିତା” ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ କୁମାର ନାଗ (ଜିଲ୍ଳା ଶିକ୍ଷା ଅଧିକାରୀ,ଗଜପତି) ଙ୍କ ଦ୍ଵାରା ଉଦ୍ଘାଟିତ ହୋଇସାରିଛି ।ଏହି ନିଡ଼ାମ୍ବର ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀ ମନୋଜ ରଞ୍ଜନ ଦଳାଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ବିନୋଦ ଚନ୍ଦ୍ର ଜେନା,ଶ୍ରୀପୁର୍ଣଚନ୍ଦ୍ର ପ୍ରଧାନ(ପ୍ରଧାନ ଶିକ୍ଷକ),ଡକ୍ଟର କଲ୍ୟାଣୀ ମିଶ୍ର,ଡକ୍ଟର ଚନ୍ଦ୍ର ଶେଖର ଦାସ,ଶ୍ରୀ ଗଦାଧର ମହାରଣା,ଶ୍ରୀମତୀ ଶୁଭ ଲକ୍ଷ୍ମୀ ଦାସ,ଶ୍ରୀମତୀ କବିତା ରାଉତ,ଶ୍ରୀ ରାମସଂକର ଗନ୍ତାୟତ,ଶ୍ରୀ ପ୍ରମୋଦ ପାଢ଼ୀ,ଦେବଦତ୍ତ ବେବର୍ତ୍ତା ପ୍ରଭୃତି ଯୋଗ ଦାନ କରି ସମାଜ ସଂସ୍କାର କ୍ଷେତ୍ରରେ ସାହିତ୍ୟ ସାଧନାର ଆବଶ୍ୟକତା ଆଲୋଚନା କରିଥିଲେ । ତେଲ ଲୁଣର ସଂସାରରେ ସାର୍ଥକ ଜୀବନ ଯାପନ କରିବାପାଇଁ ସାହିତ୍ୟକଙ୍କ ଭୂମିକା ସମ୍ପର୍କରେ କହିଥିଲେ ।