କବି ସମ୍ରାଟ ମିଡ଼ିଆ କ୍ଲବ ଓ ବି ଇ ନ୍ୟୁଜ ଚାନେଲ ର ବନ୍ଧୁ ମିଲନ ଉତ୍ସବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ଓ ବାଲେଶ୍ୱର ର ଅଗ୍ରଣୀ ଖବର ପ୍ରସାରଣ ସଂସ୍ଥା ବିଇ news ର ମିଳିତ ଉଦ୍ୟମରେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭଞ୍ଜନଗର RMC ହଲ ଠାରେ ଅନୁଷ୍ଠିତ ହୋଇଛି।ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ,ବିଇ news ମୂଖ୍ୟ ପରିଚାଳକ ଲୋକନାଥ ଦଳାଇ,ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟ ନିର୍ବାହି ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ବରମହାକୁମାରି ମୁଖ୍ୟ ସଂଚାଲିକା ସନ୍ତୋଶିନୀ ଭଉଣୀ, ଯୁବ ନେତା ପ୍ରଶାନ୍ତ ବିଷୋୟୀ,ହରେ କୃଷ୍ଣ ରଥ, ବିଶିଷ୍ଟ ଲେଖକ ଅନୁବାଦକ ପ୍ରସନ୍ନ କୁମାର ଦଳାଇ, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, କନ୍ଧମାଳ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଉପସ୍ଥିତ ଥିଲେ।ଏତତ ବ୍ୟତୀତ ୨୨ଟି ଜିଲ୍ଲାର ବିଇ news ଚାନେଲ ର ୫୦ ପ୍ରତିନିଧି ଏବଂ ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ର ୩୦ ସଭ୍ୟ ଉପସ୍ଥିତ ଥିଲେ।ବି ଇ ନ୍ୟୁଜ ର ପରିଚାଳକ ଲୋକ ନାଥ ମହାନ୍ତି ନିଜର ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି ଯେ ଯେପରି ଭାବେ ଜଣେ ସଚୋଟ ସାମ୍ବାଦିକ ନିଜର ସ୍ବଛ ପରିଚୟ ସୃଷ୍ଟି କରିବ ସେଥି ପ୍ରତି ଯତ୍ନବାନ ହେବାକୁ ହେବ।ଭଞ୍ଜନଗର ମିଡ଼ିଆ କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ କବି ସମ୍ରାଟ ମିଡ଼ିଆ କ୍ଲବ ର ପ୍ରତିଷ୍ଠା ହେବାର କାରଣ ପ୍ରକାଶ କରଥିଲେ।ଆଜିର ଏହି କାର୍ଯ୍ୟ କ୍ରମରେ ବିଇ ଖବର ର ସମସ୍ତ ସାମ୍ବାଦିକ ଙ୍କୁ ଉପଢୌକନ ଓ ମାନ ପତ୍ର ରେ ସମ୍ମାନିତ କରାଯାଇଥିଲା।ସେହିପରି କବି ସମ୍ରାଟ ମିଡ଼ିଆ କ୍ଲବ ଉପ ସଭାପତି ପୁରୁଷୋତ୍ତମ ମହାପାତ୍ର ଓ ସୋରଡା ସଂଯୋଜକ ଦିଲ୍ଲୀପ ପଗଡ଼ ଆଜିର ଏହି ଭବ୍ୟ କାର୍ଯ୍ୟ କ୍ରମକୁ ସୁଚାରୁ ରୁପେ ତୁଲାଇ ଥିଲେ ଉଲ୍ଲଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ଅନୁବାଦକ ପ୍ରସନ୍ନ କୁମାର ଦଳାଇ, ନାଟ୍ୟଗୁରୁ କେଶବ ଆଚାର୍ଯ୍ୟ, ଶିଶୁ ପ୍ରତିଭା ପ୍ରିୟନସି ପାତ୍ର, ରୁଦ୍ରନାରାୟନ ପ୍ରଧାନ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡିଶା ଆଗ୍ନିକ ସେବା ରେ କାର୍ଯ୍ୟ ରତ ଧବଲେଶ୍ୱର ପ୍ରଧାନ, ସମାଜ ସେବୀ ମନୋଜ ମିଶ୍ର, ବିପଦର ବନ୍ଧୁ ସଂଗଠନ,ବରଦା ଯୁବକ ସଙ୍ଘ କୁ ସମ୍ମାନିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ