କମିଲା ପେଟ୍ରୋଲ ଏବଂ ଡିଜେଲ ଦର

(ଯୁଗାବ୍ଦ ନ୍ୟୁଜ୍):ବହୁଦିନ ପରେ ଖାଉଟିଙ୍କୁ ମିଳିଲା ଆଶ୍ୱସ୍ତି କମିଲା ପେଟ୍ରୋଲ ଏବଂ ଡିଜେଲ ଦର । ଏବେ ପେଟ୍ରୋଲ ଦର ଲିଟର ପିଛା ୬ ପଇସା କମିଛି । ସେହିପରି ଡିଜେଲ ମଧ୍ୟ ୧୦ପଇସା ଶସ୍ତା ହୋଇଛି । ଜୁଲାଇ୫ରେ ଆଗତ ହୋଇଥିବା ବଜେଟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୧ଟଙ୍କା ସେସ୍ ଏବଂ ୧ ଟଙ୍କା ଏକସାଇଜ ଟିକସ ଲଗାଯାଇଥିଲା । ଫଳରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା ।ଦେଶର ତୈଳ ମାର୍କେଟିଂ କମ୍ପାନୀ ଏଚପିସିଏଲ , ବିପିସିଏଲ , ଆଇଓସି ପ୍ରତିଦିନ ପେଟ୍ରୋଲ , ଡିଜେଲ ମୂଲ୍ୟର ସମୀକ୍ଷା କରିଥାନ୍ତି ।