କମିଲା ସୁନା
ନୂଆଦିଲ୍ଲୀ, (ଏଜେନ୍ସି): ଦୁର୍ବଳ ଘରୋଇ ଚାହିଦା ପରେ ସୁନାରେ ହ୍ରାସ୍ ଘଟିଛି । ଦିଲ୍ଲୀ ସର୍ଫା ବଜାରରେ ଶୁକ୍ରବାର ସୁନା ୧୦ଗ୍ରାମ୍ ପ୍ରତି ୩୯୫ ଟଙ୍କା ହ୍ରାସ୍ ପାଇ ଅଢ଼େଇ ମାସର ନିମ୍ନତମ ସ୍ତରରେ ପହଞ୍ଚି ୩୨,୭୦୦ ଟଙ୍କାରେ ବିକ୍ରି ହୋଇଛି । ଅଖିଳ ଭାରତୀୟ ସର୍ଫା ସଂଘ ଏହି ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା କମିବା ଯୋଗୁଁ ରୁପା କିଲୋପ୍ରତି ୫୯୦ଟଙ୍କା ହ୍ରାସ୍ରେ ୩ମାସର ନିମ୍ନତମ ସ୍ତରରେ ପହଞ୍ଚି ୩୮,୨୬୦ ଟଙ୍କାରେ ରହିଛି । ଲଣ୍ଡନରୁ ମିଳିଥିବା ସୂଚନାନୁସାରେ ବିଶ୍ୱସ୍ତରୀୟ ବଜାରରେ ସୁନା ୧୫.୦୧ ଡଲାର ହ୍ରାସ୍ ପାଇ ଆଉନ୍ସ ପ୍ରତି ୧,୨୮୭.୭୦ ଡଲାରରେ ରହିଛି ।


