କମିସନରେଟ ପୋଲିସ ଜାଲରେ ମହିଳା ଧଳା ଜହର ବ୍ୟବସାୟୀ
ଭୂବନେଶ୍ୱର , (ଯୁଗାବ୍ଦ ନ୍ୟୁଜ୍) : ଭୂବନେଶ୍ୱର ରାଜଧାନୀରେ ଦିନ ଦ୍ୱିପହରରେ ଚାଲିଛି ଟିଫିନ୍ ମାଧ୍ୟମରେ ବ୍ରାଉନସୁଗର ବ୍ୟବସାୟ । ଏହି ଭଳି ଘଟଣାର ପର୍ଦାଫାସ କରିଛି କମିସନରେଟ ପୋଲିସ । ଏହି ଘଟଣାରେ କମିସନରେଟ ପୋଲିସ ଜାଲରେ ବ୍ରାଉନସୁଗର ବ୍ୟବସାୟ କରୁଥିବା ଜଣେ ମହିଳା ଫସିଛନ୍ତି । ତାଙ୍କ ଠାରୁ ୧୯ ଗ୍ରାମ ଧଳା ଜହର ଜବତ କରିଛି କମିସନରେଟ ପୋଲିସ । ମିଳିଥିବା ଖବର ଅନୁଯାୟୀ ଏକ ବିଶ୍ୱସ୍ତ ସୁତ୍ରରୁ ବ୍ରାଉନ ସୁଗର ବ୍ୟବସାୟ ହେଉଥିବାର ଖବର ପାଇବା ପରେ କୁଇନ୍ ଆକ୍ସନ ଟିମ୍ ରାଜଧାନୀ ଲକ୍ଷ୍ମୀସାଗର ହଳଦି ପଡିଆରେ ବ୍ରାଉନସୁଗର ବ୍ୟବସାୟ ଚଳାଇଥିଲେ । କମିସନରେଟ ପୋଲିସ ଘଟଣା ସ୍ଥଳରେ ଚଢାଉ କରି ଜଣେ ମହିଳାଙ୍କୁ ଗିରଫ କରି ୧୯ ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ମହିଳାଙ୍କୁ ଗିରଫ କରିବା ସହ ମହିଳାଙ୍କ ଠାରୁ ଏକ ସେଲଫୋନ ସହ ନଗଦ ୯୦୦ ଟଙ୍କା ଜବତ କରାଯାଇଛି ।


