କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି
ବିଭିନ୍ନ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କୁ ଛୁଟି ମିଳିବା କାଠିକର ପାଠ । ହେଲେ ଏବେ ଚାଇନାର ଦୁଇଟି କମ୍ପାନୀ କେବଳ ତା’ର ମହିଳା କର୍ମଚାରୀଙ୍କୁ ଡେଟିଂ ଲିଭ୍ ଦେବ ବୋଲି ଯାଜନା କରିଛି । ଯେଉଁ ଯୁବତୀଙ୍କର ବୟସ ୩୦ରୁ କମ୍ ଓ ୨୦ରୁ ଊଦ୍ଧ୍ୱର୍ ହୋଇଥିବ ସେମାନଙ୍କୁ ଏହି ଛୁଟି ମିଳିବ । ଏବେ ଏହି ଖବରକୁ ନେଇ ଯୁବତୀମାନଙ୍କ ପାଖରେ ବେଶ୍ ଉକ୍ରଣ୍ଠା ପରିଲକ୍ଷିତ ହୋଇଛି । କାରଣ ବେସରକାରୀ ସଂସ୍ଥାରେ କାମ କରୁଥିବା ଯୁବତୀଙ୍କ ପାଇଁ ସାଧାରଣତଃ ଛୁଟି ନ ଥାଏ କହିଲେ ଚଳେ । ତେଣୁ ଏମିତି କିଛି ଡେଟିଂ ଲିଭ୍ ମିଳିଲେ ଏମାନେ ଜୀବନକୁ ଉପଭୋଗ କରି ପାରିବେ ବୋଲି ଆଲୋଚନା ହେଉଛି । ଏହାକୁ “ଲୁନର ନ୍ୟୁ ଇୟର ବ୍ରେକ୍’ ବୋଲି ନାମ ଦିଆଯାଇଛି । ଏହି ଛୁଟି ୭ ଦିନ ପାଇଁ ମିଳିବ । ଝୋଇହାଙ୍ଗ ସହରରେ ରହିଥିବା ୨ଟି କମ୍ପାନୀ ଏହି ସୁବିଧା ଦେବ ବୋଲି ଜଣାପଡ଼ିଛି । ଅବଶ୍ୟ ଏହା ପୂର୍ବରୁ ଚାଇନାର ଡିଙ୍ଗଲାନ ଏକ୍ସପେରିମେଣ୍ଟାଲ ମିଡିଲ ସ୍କୁଲ ଅବିବାହିତ ଶିକ୍ଷକମାନଙ୍କୁ ଦୁଇଟି ହାଫ୍ ଡେ ଛୁଟି ଦେଉଥିଲା ।