କମ୍ୟୁନିଷ୍ଟ ନେତା ରଙ୍ଗାଧର ବିଶ୍ୱାଳଙ୍କ ସ୍ମୃତି ସଭା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ମଙ୍ଗଳବାର ବନ୍ତ ବ୍ଲକ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ତଥା ଅବିଭକ୍ତ ବାଲେଶ୍ୱର ଜିଲା ସିପିଆଇ ପ୍ରାକ୍ତନ ସଂପାଦକ ସ୍ୱର୍ଗତ ରଙ୍ଗାଧର ବିଶ୍ୱାଳଙ୍କ ୨୬ତମ ସ୍ମୃତିଚାରଣ ସଭା ସେଣ୍ଢତୀରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ଆୟୋଜିତ ସଭାରେ ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ସେଣ୍ଢତୀରା ସେବା ସମବାୟ ସମିତିର ସଭାପତି ପ୍ରେମାନନ୍ଦ ନାୟକ, ବିଜେଡି ନେତା ହୃଷିକେଶ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତି, ଗୋପାଳ ଚନ୍ଦ୍ର ସେନାପତି, ପ୍ରଭାତ କୁମାର ସେନାପତି, ଭାସ୍କର ଚନ୍ଦ୍ର ସେନାପତି, ରଘୁନାଥ ନାୟକ, ନାଏବ ସରପଞ୍ଚ ଶିବ ଚରଣ ଖଣ୍ଡେଇ, କିଶୋର ବିଶ୍ୱାଳ, ଭରତ ସେନାପତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ତ୍ୟାଗ ଓ ବୈପ୍ଲବିକ ବାମପନ୍ଥୀ ଚିନ୍ତାଧାରା କମ୍ୟୁନିଷ୍ଟ ପାର୍ଟି ସଂଗଠନକୁ ସୁଦୃଢ କରିପାରିଥିଲା ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନିରଂଜନ ସେଠୀ, ଶ୍ରୀଧର ମହାନ୍ତି, ସୀତାରାମ ସେଠୀ, ବିନୋଦ ପ୍ରଧାନ, ନିରଂଜନ ସାହୁ, ଧନେଶ୍ୱର ଜେନା, କୃଷ୍ଣ ଜେନା, ଅଶୋକ ବେହେରା, ବ୍ରଜ ଖୁଣ୍ଟିଆ, ରବିନ୍ଦ୍ର ସେଠୀ ପ୍ରମୁଖ ସହାୟତା କରିଥିଲେ ।