ବିଦ୍ୟାଳୟର ଶିକ୍ଷା ପରିଚାଳନା କମିଟି ଗଠିତ
ନାଉଗାଁ : ବ୍ଲକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ପରିଚାଳନା କମିଟି ମଙ୍ଗଳବାର ଗଠନ ହୋଇଛି । ଏଥିରେ ଛାତ୍ରଛାତ୍ରୀମାନଙ୍କ ଅବିଭାବ ମାନେ ଯୋଗ ଦେଇ ୧୨ ସଭ୍ୟଙ୍କୁ ଚୟନ କରିଥିଲେ । ପରେ ୧୨ ସଭ୍ୟଙ୍କୁ ନେଇ ସଭାପତି ନିର୍ବାଚନ କରାଯାଇଥିଲା । ସଭାପତି ପଦବୀ ପାଇଁ ଚିତରଂଜନ ପରିଡା ଓ ପ୍ରଶାନ୍ତ ମିଶ୍ର ଆଶାୟୀ ଥିଲେ । ଅଧିକ ସଭ୍ୟ ସମର୍ଥନରେ ଚିତରଂଜନ ପରିଡା କମିଟିର ସଭାପତି ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ, ରମେଶ ଚନ୍ଦ୍ର ସଡଙ୍ଗୀ, ଦିପ୍ତୀରେଖା ସେନାପତି, ଅମ୍ବିକା ପ୍ରସାଦ ସାହୁ, କିଶୋର ମୋହନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।


