ପୂଜ୍ୟ ପୂଜା ସମିତି ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ତ୍ୟାଗ ଓ ସେବାର ପ୍ରତିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମୋରଣତ୍ତର ଭାରତରତ୍ନ ଉପାଧି ପ୍ରଦାନ ଦାବିନେଇ ଆଜି ଗିରି ରୋଡ଼ ଛକଠାରେ ଜନ ସଭା ଆୟୋଜିତ ହୋଇଯାଇଛି l ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ପ୍ରଥମେ ତାଙ୍କ ପ୍ରତିମୂର୍ତ୍ତିରେ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରି ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନୀ ସହ ଅନ୍ଧ ବିଶ୍ୱାସ ଓ ଧର୍ମୀୟ କୁସଂସ୍କାର ବିରୁଦ୍ଧରେ ତାଙ୍କ ବଳିଷ୍ଠ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା l ଗାନ୍ଧିଜୀଙ୍କ ଅନୁଗାମୀ ଭାବେ ଗୋପବନ୍ଧୁ ଦାସ ଭାରତର ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତାକୁ ଓଡିଶାର ଗାଁ ଗାଁ ରେ ପହଞ୍ଚାଉଥିଲେ l ସତ୍ୟ ଓ ଅହିଂସାର ପଥରେ ଯିବାପାଇଁ ଜନଗଣଙ୍କୁ ସେ ଦୀକ୍ଷିତ କରାଉଥିଲେ l ତ୍ୟାଗ ଓ ସେବାର ଜଣେ ଜ୍ୱଳନ୍ତ ପ୍ରତିକ ଭାବେ ଗୋପବନ୍ଧୁଙ୍କୁ ଦେଶରେ ସମସ୍ତେ ଜାଣନ୍ତି l ଏଣୁ ଗୋପବନ୍ଧୁଙ୍କ ଭଳି ବ୍ୟକ୍ତିତ୍ୱ ଭାରତର ଇତିହାସରେ ଜଣେ ପୂଜ୍ୟ ଓ ଅମରତ୍ୱର ସ୍ଥାନରେ ନିଃସନ୍ଦେହଭାବେ ଯୁଗ ଯୁଗ ପାଇଁ ରହିବେ l ସେଥିପାଇଁ ଓଡିଶାବାସୀଙ୍କ ମଉଡମଣୀ ଭାବେ ତାଙ୍କୁ ଉତ୍କଳମଣି ଭାବେ ମଧ୍ୟ ସମ୍ବୋଧନ କରାଯାଉଛି l ଏଣୁ ତାଙ୍କୁ ମରଣତ୍ତୋର ଭାରତରତ୍ନ ଉପାଧିରେ ଗୌରବ ମଣ୍ଡିତ କରିବାପାଇଁ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଦାବୀ ହୋଇଛି l ଆଜିର କାର୍ଯ୍ୟକ୍ରମରେ ସଂସ୍କାର ମହିମା ପତ୍ରିକାର ସମ୍ପାଦକ ଶିବ ସୁନ୍ଦର ରଥ,ଅବନୀ ଗୟା, ଆର.ସତ୍ୟ ନାରାୟଣ ରାଓ, ମାଗୁଣି ନାହାକ, ଡ଼. ରାଜେନ୍ଦ୍ର କୁମାର ତ୍ରିପାଠୀ, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ପି. ଶଙ୍କର ରାଓ, ଏସ.ସlମ୍ବଶିବା ରାଓ,ଅଶୋକ ଦଳାଇ, ଗଗନ ଚନ୍ଦ୍ର ମଲ୍ଲିକ, କିଶୋର ସ୍ୱାଇଁ, ତ୍ରିନାଥ ମହାରଣା, ରାମଚନ୍ଦ୍ର ସାହାଣୀ,ରାଧାକୃଷ୍ଣ ଗୋୟଲ, ପ୍ରଣବ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ