କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ କୋରା ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରି ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥୀଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ୍‌.କିଶୋର ରେଡ୍ଡୀ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ର, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍କା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂଜୟ ନାହାକ, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶ, ଛତ୍ରପୁର ରୋଟାରୀ କ୍ଲବ ସଭାପତି ନୀରଜଂନ ପାତ୍ର, ସହ-ପ୍ରଧାନ ଶିକ୍ଷକ ନିଳାଞ୍ଚଳ ପଣ୍ଡା, ବିପୁଳିଙ୍ଗି କ୍ଲଷ୍ଟର ସିଆରସିସି ସିମାଞ୍ଚଳ ଗୈାଡ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶିଶୁ ନାଟକ – ସମୟ ଲେଖିଛି ଦୁଃଖ କାହଣୀ । ଏହାର ନିର୍ଦ୍ଦେଶକ ମୃତ୍ୟୁଜଂୟ ତ୍ରିପାଠୀ, ସହ-ନିର୍ଦ୍ଦେଶକ ଉଦୟରଶ୍ମୀପାତ୍ର ଓ ମନୋରଂଜନ ପଲାଇ, ସଙ୍ଗୀତ ନିର୍ଦ୍ଦେଶକ ଭାବେ ମହେନ୍ଦ୍ର ପଢିଆରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ