କରୋନାରୁ ସୁସ୍ଥ ବ୍ୟକ୍ତି ଙ୍କ ପୁନର୍ବାର ସ୍ୱାସ୍ଥ୍ୟ ଯାଞ୍ଚ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ) : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ଏବଂ ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରେ ପୁନର୍ବାର ସଂକ୍ରମଣ ଆଶଙ୍କା ଏଡାଇବା ପାଇଁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆୟୁଷ ମେଡିକାଲ ଅଫିସର ମାନଙ୍କ ଦ୍ୱାରା ଆରମ୍ଭ ହୋଇଛି । ବେଲଗୁଣ୍ଠାର ପଞ୍ଚାୟତ ସ୍ତରରେ ଗତକାଲି ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଏନ୍.ଏ.ସିରେ ଆଜି ଆଜିଠାରୁ ଆରମ୍ଭ ହୋଇଛି । ବେଲଗୁଣ୍ଠା ଏନ୍.ଏ.ସିରେ ମୋଟ ୧୩୮ ଜଣ କରୋନା ଚିହ୍ନଟ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ସେମାନଙ୍କ ମଧ୍ୟରୁ ୪୭ ଜଣଙ୍କ ପୁନର୍ବାର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି ।ଆୟୁଷ ଡାକ୍ତର ଡାଃ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ବେଲଗୁଣ୍ଠା ସହର ପାଇଁ ଗଠନ ହୋଇଛି ।ଏହି ଟିମ୍ ରେ ଡାଃ ମହାପାତ୍ର ଙ୍କ ଆର୍.ବି.ଏସ୍.କେ ଷ୍ଟାଫ୍ ନର୍ସ ଦ୍ୱିତୀକୃଷ୍ଣ ନାୟକ ଙ୍କ ଏ.ଏନ୍.ଏମ୍ ଦିଦି ଏବଂ ଯାଞ୍ଚ ହୋଉଥିବା ୱାର୍ଡର ଅଙ୍ଗନବାଡୀ କର୍ମୀ ସାମିଲ ଅଛନ୍ତି । ବର୍ତ୍ତମାନ ବେଲଗୁଣ୍ଠା ସହର ଧିରେ ଧିରେ କରୋନା ମୁକ୍ତ ହେଉଥିବା ବେଳେ କିଛି ବି ଲକ୍ଷଣ ଦେଖାଗଲେ ତୁରନ୍ତ ନିଜର ପରୀକ୍ଷା କରାଇବା ପାଇଁ ଅପିଲ କରିଛନ୍ତି ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର । ଯଦି କୈଣସି ବ୍ୟକ୍ତି କରୋନା ଚିହ୍ନଟ ହୁଅନ୍ତି ତେବେ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ସେ ହୋମ୍ ଆଇସୋଲେସନରେ ରହିପାରିବେ ଏବଂ ତାଙ୍କୁ ଉଚିତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି । ତା ସହ ଅଧିକରୁ ଅଧିକ ପରୀକ୍ଷା କରିବା ପାଇଁ ବେଲଗୁଣ୍ଠା ସହରବାସୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ