ଲଗାତର ବର୍ଷା ଯୋଗୁଁ ଗଜପତିରେ ଧସିଲା ପାହାଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା);ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଗଜପତି ଜିଲ୍ଲାର ମୋହନା,ନୁଆଗଡ ଓ ଆର.ଉଦୟଗିରି ବ୍ଲକରେ ଗତ ୨/୩ ଧରି ଏହି ଲଘୁଚାପ ଜନିତ ବର୍ଷା ମଧ୍ୟ ଲାଗି ରହିଛି । ଏହି ଲଗାତର ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ବାଦପୁର ନିକଟରେ ପାହାଡ ଧସି ପଡିଛି । ଏଥି ଯୋଗୁଁ ପାହାଡ ଉପରୁ ବଡ ବଡ ପଥର ମୁଖ୍ୟ ରାସ୍ତାକୁ ଖସି ପଡିବାଥିବା ଯୋଗୁଁ ଗଜପତି ଓ ଗଞ୍ଜାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ ହୋଇ ପଡିଛି । ମୁଖ୍ୟରାସ୍ତାରେ ଆଣଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇ ଏକ କୁତ୍ରିମ ନଦୀ ସୃଷ୍ଟି ହୋଇଛି । ଏହି ଅଞ୍ଚଳର ବିଭିନ୍ନ ପାହାଡିଆ ନାଳ ଓ ଛୋଟ ଛୋଟ ନଦୀ ଗୁଡିକରେ ମଧ୍ୟ ପ୍ରଖୋର ସ୍ରୋତରେ ପାଣି ବହିଯାଉଥିବା ଦେଖାଦେଇଛି । ଏଥିନେଇ ସାଧାରଣରେ ଭୟ ଓ ଆତଙ୍କ ସୃଷ୍ଟି ହେବା ସହ ମୁଖ୍ୟ ରାସ୍ତାରେ ଯୋଗାଯୋଗ ବ୍ୟାହତ ହୋଇଛି । ଏଭଳି ବର୍ଷା ଯଦି ଆଉ ୨/୩ ଦିନ ଲାଗିରହେ ତାହା ହେଲେ ଏହି ଅଞ୍ଚଳ ଗୁଡିକରେ ପାହାଡ ଧସିବା ସହ କୁତ୍ରୀମ ନଦୀ ଯାତ ହୋଇ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ