କରୋନାରୁ ସୁସ୍ଥ ହେଲେ ପୂର୍ବତନସାଂସଦ ନିତ୍ୟାନନ୍ଦ ଓ ତାଙ୍କ ପତ୍ନୀ 

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲାର ବର୍ଷିଆନ ଜନନେତା ତଥା ପୂର୍ବତନବିଧାୟକ ପୂର୍ବତନ  ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନ ଓ ତାଙ୍କ ସହଧର୍ମିଣୀ କମଳିନୀ ପ୍ରଧାନ ମହାମାରୀ କରୋନା କୁ ପରାଜିତ କରି ସୁସ୍ଥହୋଇ ବାସଭବନକୁ ଫେରିଥିବା ସୂଚନା ମିଳିଛି | ଶ୍ରୀ ପ୍ରଧାନ ସପତ୍ନୀକ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ବାସଭବନରେ ରହୁଥିବାବେଳେ କରୋନା ପଜିଟିଭ ଚି଼ହ୍ନଟ ହୋଇଥିଲେ | କରୋନା ମୁକ୍ତ ପାଇଁ ପ୍ରଧାନ ଦମ୍ପତି ଭୁବନେଶ୍ୱର ହାଇଟେକ ମେଡିକାଲରେ ୧୫ ଦିନ ଚିକିତ୍ସା ପରେ ଆଜି ସକାଳ ୧୦ଟାରେ  ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ତାଙ୍କ ଝିଅ ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସୂଚନା ଦେଇଛନ୍ତି | ୭୫ ବର୍ଷପରେ ମଧ୍ୟ ପୂର୍ବତନ ସାଂସଦ କରୋନାରୁ ସୁସ୍ଥ ହେବା ଖବର ପରେ ତାଙ୍କ ସମର୍ଥକ ମାନେ ଖୁସିବ୍ୟକ୍ତ କରିବା ସହ ଅଭିନନ୍ଦନ ଶୁଭେଚ୍ଛା ଜଣାଇଛନ୍ତି | ସାନଖେମୁଣ୍ଡି ଶେରଗଡ଼ ଧରାକୋଟ ଆସିକା କବିସୂର୍ଯ୍ୟନଗର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜନନେତା ନିତ୍ୟାନନ୍ଦଙ୍କ ସୁସ୍ଥତା ପାଇଁ ପୂଜାର୍ଚ୍ଚନା କରିଥିବାବେଳେ ସୁସ୍ଥ ହୋଇ ଫେରିବା ପରେ ଅଶୋକ ବେହେରା ଅମିନ ପ୍ରଧାନ ପୂର୍ବତନ ବ୍ଲକ ଅଧ୍ୟକ୍ଷ  ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ   ଶ୍ରୀ ପ୍ରଧାନଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି  | ଲୋକଙ୍କ ଭଲପାଇବା ଓ ତାଙ୍କ ପ୍ରତି ଅକୁଣ୍ଠ ସ୍ନେହ ଶ୍ରଦ୍ଧା ଯୋଗୁଁ ସୁସ୍ଥ ହୋଇ ଫେରିବା ସହ ତାଙ୍କ ସମର୍ଥକ ଓ ଗଞ୍ଜାମବାସୀଙ୍କୁ ବିଧାୟିକା ଲତିକା ପ୍ରଧାନ ଗଭୀର କୃତଜ୍ଞତା ଜଣାଇଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ