କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଆକ୍ରାନ୍ତ ହୋଇ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ ଜଣେ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତୁ୍ୟହୋଇଛି । ଏଯାବତ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ମୃତ ୨ ଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୭୧ ବର୍ଷ । ସେ ଡାଇବେଟିସରେ ପୀଡ଼ିତ ଥିଲେ । ଏହାଛଡ଼ା କିଡ଼ନୀ ରୋଗରେ ମଧ୍ୟ ଦୀର୍ଘଦିନ ଧରି ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ୫୩ ବର୍ଷ ବୟସ୍କ ପୁରୁଷ ରୋଗୀଙ୍କର ମଧ୍ୟ ଡାଇବେଟିସ ଥିଲା । ଉଭୟ କଟକର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କଟକରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେବି ତାଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ । ୮୦ ବର୍ଷୀୟ ବୃଦ୍ଧ ଜଣଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଥିଲା । ସୂଚନାଯୋଗ୍ୟଯେ, ଗଞ୍ଜାମର ୮, ଖୋର୍ଦ୍ଧାର ୪, କଟକର ୩, ପୁରୀରେ ୧, ବରଗଡ଼ରେ ୧ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ଖୋର୍ଦ୍ଧାର ୨, କଟକର ୧, ବାଲେଶ୍ୱରର ୧, ପୁରୀର ୧, ମୟୂରଭଞ୍ଜର ୧ ଓ ନବରଙ୍ଗପୁରର ଜଣେ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ