କରୋନାରେ ଆକ୍ରାନ୍ତ ବିଧାୟକ ଅତନୁସବ୍ୟସାଚୀଙ୍କ ପାଇଁ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସମୁହ ପ୍ରାର୍ଥନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କରୋନାରେ ଆକ୍ରାନ୍ତ ହୋଇଥିବା ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସାବ୍ୟସଚୀ ନାୟକଙ୍କ ଆରୋଗ୍ୟ କାମନା କରାଯାଇ ଶନିବାର କେନ୍ଦ୍ରାପଡା ଅଦାଲତ ନିକଟସ୍ଥ ମନସୁର ବାବାଙ୍କ ପୀଠରେ ସମୁହ ପ୍ରାର୍ଥନା କରାଯାଇଛି । ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ ଭାଇ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମୁହ ପ୍ରାର୍ଥନାରେ ରକିବୁର ରହେମାନ, ସେକ ଅବଦୁଲ ସଲୀମ(ଗୁଲବାବୁ), ମୀର ସଫିକ, ମହମ୍ମଦ ମୁସ୍ତକିମ, ସେକ ଅବଦୁଲ ମଜିଦ, ସେକ ସଲାଉଦ୍ଦିନ, ସକେ ମୁନା, ସେକ ଲାଲନ, ସେକ ମୋତି, ସେକ ଓସିମ, ମୈାସିମ ଖାନ ପ୍ରମୁଖ ପ୍ରାର୍ଥନା କରି ବିଧାୟକ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।