କରୋନାରେ ଗଜପତି କବଳିତ ଆଜି ପୁଣି ୩୯ଜଣ ପଜିଟିଭ୍‌ ,ସଂଖ୍ୟା ଛୁଇଁଲା ୭୦୦ରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କରୋନା କବ୍‌ଜାରେ ଗଜପତି ଜିଲ୍ଲା ଦିନକୁ ଦିନ କବଳିତ ହୋଇ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩୯ ଜଣକୁ ମିଶାଇ ସଂଖ୍ୟା ୭୦୦ରେ ପହଞ୍ଚିଛି । ଏହି ୩୯ଜଣଙ୍କ ମଧ୍ୟରୁ ଗୋଷାଣୀ ବ୍ଲକର୫ଜଣ,କାଶୀନଗର ବ୍ଲକର ୨ଜଣ,ଗୁମ୍ମା ବ୍ଲକରୁ ଜଣେ,ନୁଆଗଡ ୭ଜଣ,ଆର.ଉଦୟଗିରି ବ୍ଲକରୁ ସର୍ବାଧିକ ୧୯ଜଣ ଏବଂ ମୋହନା ବ୍ଲକରୁ ୫ଜଣ ବୋଲି ସୁଚନା ମିଳିଛି । ଏହି ୩୯ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ବୟସ ୨୦ରୁ ୮୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରିଛନ୍ତି । ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ