କରୋନାରେ ଲୋକଙ୍କୁ ଅହରହ ସେବା କରୁଥିବା ପୋଲିସ ଯୋଦ୍ଧାଙ୍କୁ ସମ୍ମାନ ଓ ସଲାମ୍

କରୋନାରେ ଲୋକଙ୍କୁ ଅହରହ ସେବା କରୁଥିବା ପୋଲିସ ଯୋଦ୍ଧାଙ୍କୁ ସମ୍ମାନ ଓ ସଲାମ୍
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ସାରା ବିଶ୍ୱରେ କରୋନା ଆତଙ୍କରେ ଲୋକେ ଭୟଭୀତ ହୋଇ ରହିଛନ୍ତି । ଏ ନେଇ ଲୋକଙ୍କୁ କରୋନା ବିପକ୍ଷରେ ଅହରହ ସଚେତନତା ଓ ସେବା ଯୋଗାଉଥିବା ପୋଲିସ ଭାଇ ଭଉଣୀଙ୍କୁ ପାରଳାବାସୀଙ୍କ ତରଫରୁ ୪ଜଣ ସ୍ୱେଚ୍ଛାସେବୀ ମହିଳା ପୋଲିସ ଯୋଦ୍ଧାଙ୍କୁ ସମ୍ମାନ ଓ ସଲାମ ପ୍ରଦାନ କରିଛନ୍ତି । ଏହି ଅବସରରେ ଗତକାଲି ସନ୍ଧ୍ୟାରେ ପାରଳା ଥାନା ପରିସରରେ ଗଜପତି ଏସପି ସାରା ଶର୍ମା,ଡିଏସପି ପ୍ରକାଶ ଚନ୍ଦ୍ର ଜେନା,ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପୋଲିସ କର୍ମଚାରୀଙ୍କୁ ୪ଜଣ ସ୍ୱେଚ୍ଛାସେବୀ ମହିଳା ମୀନାକ୍ଷୀ ସାହୁ,ସଂଯୁକ୍ତା ବେହେରା,ତନୁଜା ଶତପଥି,ଭାରତୀ ପାତ୍ର ପାରଳାବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରି ସଲାମ ପ୍ରଦାନ କରିଥିଲେ । ଏମାନେ କହିଛନ୍ତି,ସମୁହ ଲୋକଙ୍କ ସୁରକ୍ଷା ପାଇଁ ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ପୋଲିସ ଭାଇ ଭଉଣୀମାନେ ନିଜ ଜିବନକୁ ପାଣି ଛଡାଇ ୨୪ ଘଣ୍ଟିା ଅହରହ ସେବା ଯୋଗାଇ ଆସୁଛନ୍ତି । ଏଭଳି ପୋଲିସ ଯୋଦ୍ଧାଙ୍କୁ ପାରଳାବାସୀଙ୍କ ତରଫରୁ ଆମେ ସାଧୁବାଦ ଦେବା ସହ ସଲାମ ପ୍ରଦାନ କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ