କରୋନା ଆକ୍ରାନ୍ତରେ ଗ୍ରାମସେବକ ସ୍ବର୍ଗତ ଆର୍ତ୍ତବଲ୍ଲଭ ସାହୁଙ୍କ ମୃତ୍ୟୁବରଣ

ବାଲିକୁଦା, (ଅନସୂୟା ରାଉତ):ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ଅବସରପ୍ରାପ୍ତ ଗ୍ରାମସେବକ ଶ୍ରୀଯୁକ୍ତ ଆର୍ତ୍ତବଲ୍ଲଭ ସାହୁ (୬୫) କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି। ସେ ଦୁଇ ସପ୍ତାହ ଧରି କରୋନା ରୋଗରେ ଆକ୍ରାନ୍ତ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷକୃତ୍ୟ ସତ୍ୟନଗର ଶ୍ମଶାନରେ ହୋଇଥିଲା। ଏକ ମାତ୍ର ପୁତ୍ର ଇଂ ନିତ୍ୟାନନ୍ଦ ସାହୁ ସତ୍ୟନଗର ଶ୍ମଶାନରେ ପହଞ୍ଚି ଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ବିଧିବଦ୍ଧ ମୁଖାଗ୍ନୀ ଦେଇପାରି ନ ଥିଲେ। କେବଳ ଦୂରରେ ଥାଇ ମୃତ ପିତାଙ୍କ ଶେଷ ଦର୍ଶନ କରିଥିଲେ। ଶ୍ରୀଯୁକ୍ତ ସାହୁଙ୍କ ବାସଭବନରେ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ। ସ୍ବର୍ଗତ ସାହୁ ବାଲିକୁଦା ଅଞ୍ଚଳର ଜଣେ ଜଣାଶୁଣା ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଅକ୍ଷୟ କୁମାର ସାସମଲ୍, ସମାଜସେବୀ ପ୍ରାଣକୃଷ୍ଣ ପ୍ରଧାନ,ସମାଜସେବୀ ଗଙ୍ଗାଧର ଖଟୁଆ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ଦାସ, ଶିକ୍ଷକ ମହେନ୍ଦ୍ର ରାଉତ, ଅନୀଳ ଦାଶ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡା ପ୍ରଭୁତି ତାଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ