କରୋନା କଟକଣା ମଧ୍ୟରେ ପାଳିତ ହେଲା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବାରୁ ପରମ୍ପରାକୁ ରକ୍ଷା କରିବା ପାଇଁ ଶିଖରଘାଟ ନିକଟରେ ବୋଇତ ବନ୍ଦାଣ କମିଟି ପକ୍ଷରୁ ଡଙ୍ଗା ଭସା ଯାଇଥିବାର ଦେଖିବାକୁ ମିଳିଥିଲା । କୋଭିଡ କଟକଣା ପାଇଁ ସମସ୍ତ ଦେବାଳୟ ଗୁଡିକରେ ଲାଗିବା ସତ୍ୱେ ମଧ୍ୟ ଉକ୍ତ ବ୍ଳକର କେତେକ ଦେବାଳୟରେ ଭିଡ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଥିବା ଦେବାଳୟ ଗୁଡିକରେ ନାଉଗାଁ ତହସିଲର ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଓ ଥାନାଧିକାରୀ ଭରତ କୁମାର ବେହେରା ପହଂଚିବା ପରେ ଶ୍ରଦ୍ଧାଳୁମାନଙ୍କ ଭିଡ କମିଥିବାର ଦେଖିବାକୁ ମିଳିଥିଲା ।