କରୋନା କବଳରେ ଗଜପତି ୭୨୫ରେ ପହଁଚିଲା ଆକ୍ରାନ୍ତ ସଂଖ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କରୋନା କବ୍ଜାରେ ଗଜପତି ଜିଲ୍ଲା ଦିନକୁ ଦିନ କବଳିତ ହୋଇ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୫ ଜଣକୁ ମିଶାଇ ସଂଖ୍ୟା ୭୨୫ରେ ପହଞ୍ଚିଛି । ଏହି ୨୫ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୨୦ଜଣ,କାଶୀନଗର ବ୍ଲକର ଣେଣ,ଆର.ଉଦୟଗିରି ବ୍ଲକରୁ ଜଣେ ଏବଂ ରାୟଗଡ ବ୍ଲକରୁ ୩ଜଣ ବୋଲି ସୁଚନା ମିଳିଛି । ଏହି ୨୫ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରିଛନ୍ତି । ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।