ଯାନବାହନ ଯାଂଚ ସ୍ଥାନରେ ଅସମ୍ଭବ ଭିଡ଼

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରେନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରି କରାଯାଇଛି । ତଥାପି କିଛି ଅମାନିଆଙ୍କ ପାଇଁ ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇଛି । ସରକାରୀ ତଥ୍ୟ ଅନୁସାରେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ସୂଚନା ମିଳିଥିବା ବେଳେ ବେସରକାରୀ ଭାବେ ଯଥେଷ୍ଟ ପରିମାଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଗତ ୨୮ ତାରିଖ ଠାରୁ ପୌରାଂଚଳର ବିଭିନ୍ନ ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ବ୍ଳକ ଛକ ଠାରୁ ବଇଁଚବଣିଆ ଛକ ଏବଂ ୩୬ ନଂ ରାଜ୍ୟ ରାଜପଥର ପରିବା ବଜାର ଠାରୁ ହିଞ୍ଜିଳି ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧିଭୁକ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ବୁଧବାର ଠାରୁ ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ବ୍ଳକ ଛକ ଠାରୁ ବଇଁଚବଣିଆ ଛକ ପର୍ଯ୍ୟନ୍ତ ଅଂଚଳରେ କଂଟେନମେଂଟ କଟକଣାକୁ ପ୍ରତିହିତ କରାଯାଇଛି । କଟକଣା କୋହଳ ହେବା ପରେ ବହୁ ବ୍ୟକ୍ତି ମୋଟର ସାଇକେଲ ଯୋଗେ ବିଭିନ୍ନ ଅଂଚଳକୁ ଯାତାୟତ କରୁଥିବାରେ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟ ହିଞ୍ଜିଳି ଗ୍ରସ୍ତ କରି ଯାନବହନ ଯାଂଚ କାର୍ଯ୍ୟର ତଦାରଖ କରିବା ସହ ଯାଂଚ କାର୍ଯ୍ୟକୁ କଡ଼ାକଡ଼ି କରିବା ସକାଶେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ପୂର୍ବାହ୍ନରେ ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୁଲିସ ବାହିନୀ ପୌରାଂଚଳ ଆରଏମସି ଛକରେ ଯାନବାହାନ ଯାଂଚ କାର୍ଯ୍ୟକୁ କଡ଼ାକଡ଼ି କରୁଥିବାର ଦେଖିବାକୁ ମିଳିଥିଲା । ସଂପୃକ୍ତ ସ୍ଥାନରେ ବହୁ ଗାଡ଼ି ମୋଟର ଅଟକି ରହିବା ସହ ଅସମ୍ଭବ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଉଦ୍ଦ୍ୟେଶରେ ଯାନବାହନ ଯାଂଚ କରାଯାଉଥିବା ବେଳେ ସଂପୃକ୍ତ ସ୍ଥାନରେ ଅସମ୍ଭବ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ହୋଇ ପାରିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ