କରୋନା ଟୀକା ନେବାର ୫ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକର ବାଘିଆ ଟାଙ୍ଗରା ଗ୍ରାମର ସୁସେନ ମହାନ୍ତ(୫୮) ଗତ ମଙ୍ଗଳବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟୀକାକରଣର ପ୍ରଥମ ଡୋଜ ନେଇଥିଲେ ।ପରେ ଘରକୁ ଯାଇଥିଲେ ଘରେ ଜ୍ୱର ହୋଇଥିଲା । ଶୁକ୍ରବାର ଦିନ ହୁସେନର ଦେହ ପ୍ରବଳ ଗରମ ଏବଂ ଅସ୍ବାଭାବିକ ଲାଗିଥିଲା ।ପ୍ରବଳ ଜ୍ୱର ଓ ଛାତି ଯନ୍ତ୍ରଣା ହୋଇଥିଲା ବୋଲି ପରିବାର ଲୋକେ କହିଥିଲେ।ଘର ଲୋକେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


