କରୋନା ପ୍ରଭାବ ଗାଁରେ ଗଣ୍ଡଗୋଳ, ସହରରେ ବଢୁଛି ଲୁଟତରାଜ, ବେକାର ଯୁବକମାନେ ନିଶାସକ୍ତ ଅବସ୍ଥାରେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ମହାମାରୀର ସାଇଡ୍ ଇଫେକ୍ଟ ଏବେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଲାଣି। କେଉଁଠି ଚୋରି, ତ କେଉଁଠି ଲୁଟତରାଜ , କେଉଁଠି ଗଣ୍ଡଗୋଳ ତ ପୁଣି କେଉଁଠି ହତ୍ୟା ମାମଲା। କରୋନା ପରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଏମିତିରେ ଅନେକ ଯୁବକ କାମଧନ୍ଦା ହରାଇ ବେକାର ହୋଇଛନ୍ତି। ଆର୍ଥିକ ଅନାଟନ ସେମାନଙ୍କୁ ମାନସିକ ଦୁଶ୍ଚିନ୍ତାକୁ ଠେଲିଦେଇଛି। ଏମିତିରେ ଏହି ଯୁବକମାନେ ନିଶାଗ୍ରସ୍ତ ହୋଇ ଅନେକ ଅସାମାଜିକ କାମ ଘଟାଉଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଦିନ ଭିତରେ ଜିଲାର ବିଭିନ୍ନ ଥାନାମାନଙ୍କରେ ଏହିଭଳି ମାମଲା ବଢୁଥିବାବେଳେ ଅନେକ ଆଇନ୍ କାନୁନର ଫନ୍ଦିଫିକର ଭିତରେ ଯିବା ପାଇଁ ମନା କରି ମାମଲା କରୁନାହାନ୍ତି। କିନ୍ତୁ ଦିନକୁ ଦିନ ଗାଁ ମାନଙ୍କରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ବସିଛି। କନ୍ଧମାଳ ଜିଲାରେ କର୍ମସଂସ୍ଥାନର ଘୋର ଅଭାବ ରହିଛି। ଶିଳ୍ପବିହୀନ ଜିଲାରେ ଥିବା ଯୁବକମାନଙ୍କ ପାଇଁ ଏକମାତ୍ର ଟଙ୍କା ଆୟ କରିବାର ରାସ୍ତା ହେଉଛି ଦାଦନ ଖଟିବା। ସେହିପରି ଜଳସେଚନର ବ୍ୟବସ୍ଥା ମଧ୍ୟ ନଥିବାରୁ ଚାଷ ଉପରେ ମଧ୍ୟ ନିର୍ଭର କରିବା ମୁସ୍କିଲ୍। କରୋନା ମହାମାରୀ ଯୋଗୁ ଏବେ ହଜାର ହଜାର ଶ୍ରମିକମାନେ ଘରକୁ ଫେରିଆସିଛନ୍ତି। ଏମିତିରେ ବହୁ ପରିବାର ନିଜ ରୋଜଗାର ହରାଇଛନ୍ତି। ଲକଡାଉନ୍ ଯୋଗୁ ବ୍ୟବସାୟ ମଧ୍ୟ ଠପ୍ ହୋଇପଡିଛି। ଏମିତିରେ କାମ କରି ଟଙ୍କା ଆୟ କରୁଥିବା ଯୁବକମାନଙ୍କ ମାନସିକ ଚାପ ବୃଦ୍ଧି ପାଇଛି। ବହୁ ଯୁବକ ବେକାର ହୋଇଯାଇଛନ୍ତି। କିଛି ଯୁବକ ମଦ, ଜୁଆ ଖେଳାଇବା, ଗଞ୍ଜେଇ, କଫସିରଫ ଭଳି ବିଭିନ୍ନ ବେଆଇନ ବ୍ୟବସାୟକୁ ଆପଣେଇ ନେଇଛନ୍ତି। ଏମାନଙ୍କ ଭିତରେ ଅନେକ ଅସାମାଜିକ ଯୁବକ ଏବେ ଏହାର ସୁଯୋଗ ନେଇ ଗାଁ ମାନଙ୍କରେ ଗଣ୍ଡଗୋଳ, ଚୋରୀ, ଲୁଟତରାଜ, ଗଞ୍ଜେଇ କାରବାର ଆରମ୍ଭ କରିଛନ୍ତି। ମାନସିକ ଚାପ ଭିତରେ ଯୁବକମାନେ ନିଶାଗ୍ରସ୍ତ ହୋଇ ଏହି ସବୁ କାରବାରରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ପ୍ରଶାସନ କାମ ଯୋଗାଇବା ପାଇଁ ବ୍ୟବସ୍ଥା କରୁଥିବା କହୁଥିବା ବେଳେ ତାହା ସଫଳ ହୋଇନାହିଁ। ଗତ କିଛି ଦିନ ଭିତରେ ଗାଁମାନଙ୍କରେ ଛୋଟ ଛୋଟ ଚୋରି ମାମଲା ଥାନା ମାନଙ୍କରେ ଅଭିଯୋଗ ହୋଇଛି। ଗଣ୍ଡଗୋଳ, ମାଡପିଟ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଦିନକୁ ଦିନ ଜିଲାର ଗାଁମାନଙ୍କରେ ଅଶାନ୍ତି ବୃଦ୍ଧି ପାଉଥିବାବେଳେ ଏଥି ପ୍ରତି ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଯିବି ମହଲରେ ଦାବୀ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ