ମାଲବାହୀ ଟ୍ରକ ଓଲଟିଲା ଏସଡିପିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଡ୍ରାଇଭର ଓ ହେଲ୍ପର ବଞ୍ଚିଗଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ନିକଟସ୍ଥ କନ୍ଦିଵନ୍ଧା ଘାଟି ରେ ଅପରାହ୍ନ ସମୟରେ ଏକ ମାଲବାହୀ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଳ୍ପକେ ରକ୍ଷା ପାଇଛନ୍ତି ତିନି ଜଣ | କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଂଚି ତୁରୀତ୍ୱ ପଦକ୍ଷେପ ଗ୍ରହଣ କରିବା ଯୋଗୁଁ ଟ୍ରକ ଭିତରେ ଚାପି ହୋଇ ରହି ଯାଇଥିବା ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କ.ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା |ଟ୍ରକରୁ ଉଦ୍ଧାର ପାଇଁ ବାଲିଗୁଡାଓ ଦାରିଙ୍ଗବାଡି ଅଗ୍ନିଶମ କର୍ମଚାରୀ, କ.ନୂଆଗାଁ ପୋଲିସ,ଜେସିପି ଓ କ୍ରେନ ସାହାଯ୍ୟ ରେ ଡ୍ରାଇଭର ଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି | ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ନିଜେ ଘଟଣା ସ୍ଥଳରେ ରହି ପ୍ରତ୍ୟକ୍ଷ ତତ୍ଵାବଧାନରେ ଗାଡି ଭିତରେ ଚାପି ହୋଇ ରହି ଯାଇଥିବା ଡ୍ରାଇଭର କୁ ଏକ ଘଣ୍ଟା ଧରି ପ୍ରୟାସ ଜାରି ରଖି ବହୁତ କଷ୍ଟ ରେ ଜୀବନ ବଞ୍ଚା ଯାଇଛି | ଯାହାକୁ କୌଣସି ଦେବଦୂତ ଠାରୁ କମ ପ୍ରୟାସ କରିନଥିଲେବାଲିଗୁଡା ଏସଡ଼ିପିଓ | ଯାହା ଦ୍ୱାରା ମୃତ୍ୟୁ ମୁଖ ରୁ ରକ୍ଷା ପାଇଲେ ଟ୍ରକ ଡ୍ରାଇଭର | ଏକ ଘରୋଇ ଠିକା ସଂସ୍ଥାର ମାଲବାହୀ ଟ୍ରକ ସିଜି ୨୨ଜେ ୫୮୦୦ ଗାଡି ଟି କିରୀକୁଟି ଠାରୁ ମେଟେଲ ବୋଝେଇ କରି ରାଇକିଆ ଅଭିମୁଖେ ଯାଉଥିଲା ବେଳେ କନ୍ଦିବାନ୍ଧା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ହେଲ୍ପର ଟି ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ଯାଇଥିଲେ | ଘଟଣା ସ୍ଥଳରେ ବାଲିଗୁଡା ଏସଡ଼ିପିଓ ଏବଂ କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ, ଅଗ୍ନିଶମ ବାହିନୀ ଉପସ୍ଥିତ ରହି ଉଦ୍ଧାର କରିଥିଲେ | ଗୁରୁତର ଉଦ୍ଧାର ଡ୍ରାଇଭର ଜଣକ ହେଲେ ଛତିଶଗଡର ବେଦପ୍ରକାଶ ବୋଲି ଜଣା ପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ