କରୋନା ଭାଇରସ୍ କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କଳାହାଣ୍ଡି:ବର୍ତ୍ତମାନ କରୋନା ଭାଇରସ୍ କୁ ନେଇ ଦେଶ ତଥା ରାଜ୍ୟ ବ୍ୟାପି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରତି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ପାଇଁ ଜନ ସଚେତନତା ବାର୍ତା ଦିଆଯାଉଅଛି । ଏପରିକି ମୋବାଇଲ ମାଧ୍ୟମରେ ମଧ୍ୟ ଜନ ସଚେତନ କରାଯାଉ ଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ତଥା ବିଭିନ୍ନ ଶିକ୍ଷାଅନୁଷ୍ଠାନ ମାନଙ୍କୁ ବନ୍ଦ ରଖିବା ସହ ଜନ ଗହଳି ସ୍ଥାନ ମାନଙ୍କ ରେ ସତର୍କତା ଅବଲମ୍ବନ କରିବା ସକାଶେ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି, ଏହାକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଆଛି, ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚପୁରୀଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ରେ ଥିବା ଧାମନପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ତ୍ରିବେଣୀ ପାଣିଗ୍ରାହୀ ଙ୍କ ନେତୃତ୍ୱରେ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ତରଣୀ ସରାପ , ଚପୁରୀଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର P.H.E.O, ଅବନି ଭୋଇ ଓ ଆୟୁଷ ଡାକ୍ତର ବିଜୟ ପଣ୍ଡା ଘର ଘର ବୁଲି ଲୋକମାନଙ୍କୁ କରୋନା ଭାଇରସ ଉପରେ ସଚେତନତା ବାର୍ତା ଦେଇଥିଲେ ,କରୋନା ଭାଇରସ୍ କୁ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ପାଇଁ ମୁହଁରେ ମାସ୍କ ପିନ୍ଧିବା , ଖାସିଲେ ରୁମାଲ୍ ବ୍ୟବହାର କରିବା ଏବଂ ବାରମ୍ବାର ହାତ ଧୋଇବା ଭଳି ବହୁ ସଚେତନତା ମୂଳକ ବାର୍ତା ଦେଇ ଥିବା ବେଳେ ଗ୍ରାମ ରୁ ପରିବାର ପ୍ରତିପୋଷଣ ସକାଶେ ଅନ୍ୟ ରାଜ୍ୟକୁ କାମ ଧନ୍ଦା କରିବାକୁ ଯାଇ ବର୍ତ୍ତମାନ ଘରକୁ ଫେରିଥିବା ଲୋକ ମାନଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ , କାଳେ ,ଏମାନେ ଏହି ମାରାତ୍ମକ କରୋନା ଭାଇରସ ରେ ଆକ୍ରାନ୍ତ ହୋଇ ଥାଇପାରନ୍ତି ବୋଲି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ଧାମନପୁର ପଂଚାୟତ ନିର୍ବାହି ଅଧିକାରୀ ତ୍ରିଭୁବନ ମାଝି ଓ ଆଶା କର୍ମୀ ନୀଳ ସୁନାନୀ ମଧ୍ୟ ସହଯୋଗ କରିଥିଲେ ।


