କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
କେନ୍ଦ୍ରାପଡା : କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇନଜୀବି ଅବିନାଶ ପଣ୍ଡା ଓ କ୍ଷୀରୋଦ ଚନ୍ଦ୍ର ଦାସ ନିବେଦନ କରିଛନ୍ତି । ସେମାନେ ଏକ ଲିଖିତ ଆବେଦନପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଯେ ଏହି ଜିଲ୍ଲାର ଅନେକ ଗରୀବ ଲୋକ ରାଜ୍ୟ ବାହାରେ ଓ ଦେଶ ବାହାରେ ମଜୁରିଆ ଭାବେ କାମକରି ନିଜ ପରିବାରର ଭରଣପୋଷଣ କରିଥାନ୍ତି । ଏବେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସେମାନେ ନିଜ ନିଜର ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ପର୍ଯ୍ୟବେକ୍ଷଣ ବାବଦରେ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବାକୁ ଆଇନଜୀବି ପଣ୍ଡା ଓ ଦାସ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।