କରୋନା ଭୂତାଣୁ : ସଂଶୋଧିତ ଯାତ୍ରା ସତର୍କତା ଜାରି

କରୋନା ଭୂତାଣୁ ମୁକାବିଲା ସଂକ୍ରାନ୍ତରେ ଗତକାଲି ଜାରି କରାଯାଇଥିବା ସତର୍କ ସୂଚନାକୁ ପୁଣିଥରେ ସଂଶୋଧନ କରାଯାଇ ଜାରି କରାଯାଇଛି । ସଂଶୋଧିତ ଚେତାବନୀରେ ଯାତ୍ରୀମାନଙ୍କୁ ଚୀନ ଯାତ୍ରା ନକରିବା ଲାଗି ସତର୍କ କରି ଦିଆଯାଇଛି । ଯେଉଁମାନେ ୧୫ ଜାନୁଆରୀ, ୨୦୨୦ ପରେ ଚୀନ ଯାତ୍ରା କରିଛନ୍ତି କିମ୍ବା ଚୀନ ଯାତ୍ରାରୁ ଫେରିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ପୃଥକ ଭାବେ ରଖାଯାଇପାରେ । ଚୀନ ପାସପୋର୍ଟଧାରୀଙ୍କ ପାଇଁ ଇ-ଭିସା ସୁବିଧାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି । ଚୀନ ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ଅସ୍ଥାୟୀ ଭାବେ ବୈଧ ହେବ ନାହିଁ । ଚୀନରୁ ଫିଜିକାଲ ଭିସା ପାଇଁ ଅନଲାଇନ ଆବେଦନ ଦାଖଲ ସୁବିଧା ସ୍ଥଗିତ ରଖାଯାଇଛି । ଭାରତ ଗସ୍ତ କରିବା ଜରୁରି ହୋଇଥିଲେ ବେଜିଂସ୍ଥିତ ଭାରତୀୟ ଦୂତାବାସ ଏବଂ ଶାଙ୍ଘାଇ ଓ ଗୁଆଙ୍ଗଝୋଉସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଯୋଗାଯୋଗ କରିବା ଲାଗି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ