କରୋନା ମହାମାରୀ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳଙ୍କ  ଭିଡ଼ିଓ କନଫରେନ୍ସ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ  କରୋନା ମହାମାରୀ ସହିତ ସ୍ୱାଧୀନତା ଦିବସ ପାଳନକୁ ନେଇ  ଏକ ଭିଡ଼ିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡ଼.ବୃନ୍ଦା.ଡ଼ି, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ପ୍ରମୁଖ ଉପସ୍ଥିତ ରହି ସମଗ୍ର ଜିଲାର ବିଡ଼ିଓମାନଙ୍କ ସହିତ ଆଲୋଚନା କରିଥିଲେ। ଏଥି ସହିତ ବିଭିନ୍ନ ବ୍ଳକ ସ୍ତରରେ ସରପଂଚ, ସମିତିସଭ୍ୟ, ଅନ୍ୟମାନେ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିବା ସହିତ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ ଜିଲାରେ କରୋନାକୁ ପ୍ରତିହତ କରିବା ପାଇଁ ସମସ୍ତ ସ୍ତରରେ ଉଦ୍ୟମ ପାଇଁ ମଧ୍ୟ ପରାମର୍ଶ ଦିଆଯିବା ସହିତ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚି ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ମାନେ ଲୋକଙ୍କୁ ସଚେତନ କରିବା, ସାମାଜିକ ଦୂରତ୍ୱା, ମାସ୍କ ପିନ୍ଧିବା, ଅତି ଆବଶ୍ୟକ ନହେଳେ ଘରୁ ନାବାହାରିବା ସହିତ କାଶ, ଥଣ୍ଡା, ଜ୍ୱର ଆଦି ଲକ୍ଷଣ ଦେଖାଗଲେ ତୁରନ୍ତ ଆଶା ଓ ଅଙ୍ଗନୱାଡ଼ି କର୍ମୀକୁ ଅବଗତ କରାଇ ପରୀକ୍ଷା କେନ୍ଦ୍ରକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ