କରୋନା ମୁକାବିଲା ପାଇଁ ପଂଚାୟତ ବିଜେଡି ସଭାପତିଙ୍କ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାପରିଷଦ ୫ନମ୍ବର ଜୋନ ଅନ୍ତର୍ଗତ ସମସ୍ତ ପଂଚାୟତର ବିଜେଡି ସଭାପତିମାନଙ୍କୁ ନେଇ ଏକ ଜରୁରୀ ବୈଠକ ବ୍ଲକ ବିଜେଡି ସଭାପତି ଆଲୋକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନାର ସଠିକ ମୁକାବିଲା ନିମନ୍ତେ ସାଂଗଠନିକ ସ୍ତରରେ କାର୍ଯ୍ୟ କରିବାକୁ ବ୍ଲକ ସଭାପତି ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ପଂଚାୟତରେ ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କରାଯିବା ସହ ସଂଗଠନକୁ ମଜଭୁତ କରିବାକୁ ସଭାପତି ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ଏଥିସହିତ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡିକ କିପରି ପଂଚାୟତ ସ୍ତରରେ ଲୋକମାନଙ୍କ ପାଖରେ ପହଁଚି ପାରିବ ସେଥି ପାଇଁ ପଂଚାୟତ ସଭାପତିମାନେ ଅଧିକ ଯତ୍ନବାନ ହେବାକୁ ବ୍ଲକ ସଭାପତି ପରାମର୍ଶ ଦେଇଥିଲେ । ଏହି ବୈଠକରେ ଚିତ୍ତରଞ୍ଜନ ସାହୁ, ରଞ୍ଜିତ ରାଉତ, ସୁଦାମ ମଳିକ, ଯୁଧିଷ୍ଟିର ପରିଡା, ଅଶୋକ ବରାଳ, ଗୋଲଖ ଜେନା, ଅଭୟ ଦାସ ଓ ଅଦୈତ ଜେନା ପ୍ରମୁଖ ଇନ୍ଦୁପୁର, ଧୁମାତ, ଚାରିଗାଁ, ଘାଘରା, କୋରୋ, କୁତୁରଙ୍ଗ, ଢୋଲ ଏବଂ ନିକିରାଇ ପ୍ରଭୃତି ପଂଚାୟତଗୁଡିକର ସଭାପତିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।