କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବାଇକ ଚଳାଚଳ ନିଷେଧ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ଲକ୍ ଡାଉନ୍ କଟକଣା କୁ କୋଣାର୍କ ରେ ଜନ ସାଧାରଣ ବେଖାତିର କରିବାରୁ ପ୍ରଶାସନ କଡା ପ୍ରଦକ୍ଷପ୍ ଗ୍ରହଣ କରିଛି। ଲକ୍ ଡାଉନ୍ ସମୟରେ କୋଣାର୍କ ଅଞ୍ଚଳର ଲୋକ ମାନେ ବିଭିନ୍ନ ସମାଗ୍ରୀ କିଣିବା ବାହାନାରେ କୌଣସି କାମ ନ ଥାଇ ଅଯଥାରେ ବାଇକ୍ ଆଣି ଛକ ବଜାରରେ ଅଯଥା ଏଠି ସେଠି ଛିଡା ହୋଇ ଓ ବସି ଗହଳି ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ମଙ୍ଗଳ ବାର ଠାରୁ ବାଇକ୍ ଚଳାଚାଳ ପ୍ରଶାସନ ପକ୍ଷରୁ କଡା କଡି କରାଯାଇଛି। କୋଣାର୍କ ସମେତ ଏହାର ଆଖପାଖ ରେ ଥିବା ମାଛ, ମାଂସ, ଅଣ୍ଡା, ଗ୍ରୋସରୀ, ପାରିବା ଦୋକାନ ନିର୍ଦିଷ୍ଟ ଟାଇମ ରେ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ କଡା କଡି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗ୍ରୋସରୀ ଦୋକାନ ଗୁଡିକ ଲକ୍ ଡାଉନ୍ ଶେଷ ପର୍ଯ୍ୟନ୍ତ ସକାଳ ୬ ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସାମାଜିକ ଦୂରତା ରଖି ଗ୍ରୋସରୀ,ପନି ପାରିବା,ମାଛ ମାଂସ,ଔଷଧ କିଣିବେ ନଚେତ୍ ଦୋକାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି କୋଣାର୍କ ବଜାର ରେ ବାଇକ ଚଳାଚଳ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ଘରୁ ବାଇକ୍ ଆଣି ଆସିଲେ ସେମାନଙ୍କ ଠାରୁ ଫାଇନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟ ରେ ଜନ ସାଧାରଣ ମାନଙ୍କୁ ଜାଣାଇ ଦିଆଯାଇଅଛି। ଜଦି କାମ କୌଣସି ଅତି ଆବଶ୍ୟକ କାମ ପଡିବ ତେବେ ସାଇକେଲ ରେ ଯିବା ଆସିବା କରିପାରିବେ ବୋଲି କୋଣାର୍କ ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଜିଲ୍ଲା ରେ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହେବା ପରେ କୋଣାର୍କ ଅଞ୍ଚଳକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯିବ ବୋଲି କୋଣାର୍କ ଥାନା ଅଧିକାରୀ ଶ୍ରୀ ରଞ୍ଜନ କୁମାର ମଲ୍ଲିକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ