କରୋନା ଯୋଦ୍ଧାଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ଜିଲ୍ଲା ବିଜେଡି ଯୁବ ସଭାପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ବିଜେଡିର ଯୁବ ସଭାପତି ଏସ.ଲିଙ୍ଗରାଜ କରୋନା ଯୋଦ୍ଧାଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ଆଜି ଗଜପତି ଜିଲ୍ଲା ବିଜେଡିର ଯୁବ ସଭାପତି ଏସ.ଲିଙ୍ଗରାଜ ପ୍ରଥମେ ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟି ଥିଲେ । ପରେ ସେ ଗୁରାଣ୍ଡି ଥାନାରେ ପହଞ୍ଚି ଗୁରାଣ୍ଡି ଥାନା ଅଧିକାରୀ ମୁକେଶ ବେହେରା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ମଧ୍ୟ ମାସ୍କ ଓ ସାନିଟାଇଜର ବାଣ୍ଟି ଥିଲେ । କରୋନା ଭଳି ଏକ ଭୟାବହ ପରିସ୍ଥିତି ସମୟରେ ଏହି କର୍ମଚାରୀମାନେ ଆଗଧାଡିରେ ରହି କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବାରୁ ଯୁବ ବିଜେଡି ସଭାପତି ସେମାନଙ୍କୁ ଧନ୍ୟବାଦ ଦେବା ସହ ଏହିପରି ମାସ୍କ ଓ ସାନିଟାଇଜର ବାଣ୍ଟି ଉତ୍ସାହିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ