କରୋନା ଯୋଦ୍ଧାଙ୍କ ପାଇଁ ସମର୍ପିତ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ପିଏମ୍ଜି ଛକସ୍ଥିତ କାନ୍ତକବି ମହାପାତ୍ରଙ୍କ ପ୍ରତିମୂର୍ତିଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ତଥା କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ସମ୍ମାନ ଜଣାଇ ଉକ୍ତ ସଂଗୀତ ଗାନ କରାଯିବା ସହିତ ତାଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଓ ବସ୍ତ୍ର ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ କାନ୍ତକବିଙ୍କ ଏହି ସଙ୍ଗୀତ ଏକ ଅମର କୃତି ତଥା ବହୁମୁଖୀ ବ୍ୟକ୍ତିତ୍ୱର ପଟ୍ଟାନ୍ତର ନାହିଁ ବୋଲି ମତ ରଖିଥିଲେ । ମାତ୍ର ସରକାରୀ ବିଦ୍ଧିବଦ୍ଧ ଭାବେ ଏହା ରାଜ୍ୟ ସଂଗୀତର ଏପର୍ଯ୍ୟନ୍ତ ମାନ୍ୟତା ପାଇନାହିଁ ବୋଲି କ୍ଷୋଭର ସହିତ କହିଥିଲେ । ତଥାପି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଏହି ସଙ୍ଗୀତ ଗାନ କରିବା ପାଇଁ କହିବା ବେଶ୍ ସ୍ୱାଗତଯୋଗ୍ୟ ଏବଂ ଏହାସହିତ ରାଜ୍ୟସରକାର ଏକ ସ୍ୱତନ୍ତ୍ର ବିଧେୟକ ଆଣି ଉକ୍ତ ସଂଗୀତକୁ ମାନ୍ୟତା ଦେବାସହିତ ସମସ୍ତ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଏବଂ ସଭାଗୁଡ଼ିକରେ ପ୍ରଥମରୁ ଏହି ସଂଗୀତକୁ ଗାନ କରିବା ପାଇଁ ବିଧିବ୍ୟବସ୍ଥା କରନ୍ତୁ । ରାଜ୍ୟ ସଂଗୀତକୁ ଅବମାନନା କଲେ ସରକାର ଦଣ୍ଡବିଧାନ କରନ୍ତୁ ବୋଲି ଅଧ୍ୟକ୍ଷ ମତ ରଖିଥିଲେ । ଏହି ଅଭିଯାନରେ ନାଗରିକ, ସ୍ୱେଚ୍ଛାସେବୀ, ଗଣମାଧ୍ୟମରେ ଜଡ଼ିତ ବ୍ୟକ୍ତିବିଶେଷ, ସଂଗଠନ ଏବଂ ଅଭିଯାନର ବରିଷ୍ଠ ସଦସ୍ୟ ଯଥା ସୀତାବଲ୍ଲଭ ମହାପାତ୍ର, ବୁଦ୍ଧିମାନ ନାୟକ, ବ୍ରଜବନ୍ଧୁ ପରିଡ଼ା, ଆବାହକ କିଶନ ବରାଇ, ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ଡ. ଅସିତ୍ ଦାସ, ସମିତା ମହାରଣା, ଲଗ୍ନଦୀପା ମିଶ୍ର, ମଦନ ମୋହନ ପାଢ଼ୀ, ତନ୍ମୟ ସାମନ୍ତରାୟ, ନବକିଶୋର ପ୍ରଧାନ, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ଡମ୍ବରୁଧର ହରଣସିଂହ, ଜ୍ଞାନେନ୍ଦ୍ର ପଲେଇ, ବନ୍ଦନା ହରିଚନ୍ଦନ, ମନଜିତ୍ କୌର, ସୀତାଂଶୁ ଶେଖର ମହାରଣା, ସୀତାରାଣୀ ପ୍ରଧାନ,ସୁଭଶ୍ରୀ ପ୍ରିୟଦର୍ଶିନୀ, ଡ. ସିପ୍ରା ହୀରା ପ୍ରମୁଖ ଯୋଗଦେଇଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।