କରୋନା ର ମୁକାବିଲା ସମ୍ପର୍କରେ ସଚେତନତା କୁ ନେଇ ଏକ ଭିଡ଼ିଓ ଉନ୍ମୋଚନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କରୋନା ର ମୁକାବିଲା ସମ୍ପର୍କରେ ସଚେତନତା କୁ ନେଇ ଏକ ଭିଡ଼ିଓ (ଡ଼ି.ଭି.ଡି) କୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉନ୍ମୋଚନ କରିଛନ୍ତି।ଏହାକୁ ୟୁନିକ ଡ୍ୟାନ୍ସ ଏକାଡେମୀ ଓ ଫେନିକ୍ସ ପବ୍ଲିକ ସ୍କୁଲ ତରଫରୁ ପ୍ରସ୍ତୁତ କରାଯାଇଛି।ପୂର୍ବରୁ ଯେତେ ସବୁ ବଡ଼ ବଡ଼ ରୋଗ ଆସିଛି ମଣିଷ ତାକୁ ସାମ୍ନା କରି ବିଜୟୀ ହୋଇଛି, ତେଣୁ କରୋନାକୁ ମଧ୍ୟ ଭୟ ନକରି କିଭଳି ସତର୍କତା ଅବଲମ୍ବନ କଲେ ତାହା ଆମଠାରୁ ଦୂରେଇ ଯିବ ତାହା କ୍ଷୁଦ୍ର ନାଟକ ମାଧ୍ୟମରେ ପ୍ରତିପାଦିତ ହୋଇଛି। ନାଟ୍ୟକାର ପ୍ରଫୁଲ୍ଲ ବେହେରା,ନିର୍ଦ୍ଦେଶକ ଶିଶିର କାନ୍ତ ଦାଶ ଓ ଅଭିନେତା ଜୟକୃଷ୍ଣ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା।ଏହା ଜନସଧାରଣଙ୍କ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ