କରୋନା ସଂକ୍ରମଣ ଉଦ୍‌ବେଗଜନକ ବୃଦ୍ଧି ସଟ୍‌ଡାଉନେ୍‌ର ୧ମ ଦିନରେ ସବୁ କିଛି ଶୁନଶାନ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହର ସମେତ ଅନ୍ୟାନ୍ୟ ଅଞ୍ଚଳ ୩ଦିନ ସଟ୍‌ଡାଉନ୍ ଘୋଷଣା କରାଯିବା ପରେ ପ୍ରଥମ ଦିନରେ ସହର ସମ୍ପୁର୍ଣ୍ଣ ଶୁନଶାନ୍ ହୋଇ ଖାଁ ଖାଁ ହୋଇପଡିଛି । ଭୋର ସକାଳ ସମୟରେ କିଛି ଯାନବାହନ ଚଳାଚଳ କରିଥିଲେ ମଧ୍ୟ ସକାଳ ୮ଘଣ୍ଟା ପରେ ରାସ୍ତା ଘାଟ ଗୁଡିକ ଶୁନଶାନ୍ ହୋଇପଡିଛି । ଅତ୍ୟାବଶ୍ୟକୀୟ େଓøଷଧ ଦୋକାନ,ପେଟ୍ରୋଲ ପମ୍ପ,ଗ୍ୟାସ ଯୋଗାଣ ଆଦି ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ଗୁମ୍ମା,ଗୋଷାଣୀ ବ୍ଲକ ଏବଂ କାଶାନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତ ମଧ୍ୟ ୩ଦିନିଆ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଏ ଠାରେ ସୁଚନା ଯୋଗ୍ୟ ଗଜପତି ଜିଲ୍ଲାରେ କରୋନା ସଂକ୍ରମଣର ସର୍ବାଧିକ ସଂଖ୍ୟା ଗୋଷାଣୀ ବ୍ଲକରେ ବାହାରିଛି । ପାରଳାଖେମୁଣ୍ଡି ସହର ଗୋଷାଣୀ ବ୍ଲକର ନିକଟତର ହୋଇଥିବାରୁ ଏଠାରେ କରୋନାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଜିଲ୍ଲ ପ୍ରଶାସନ ପକ୍ଷରୁ ନିଆଯାଇଛି । ଏହି ସମସ୍ତ ଅଞ୍ଚଳରେ ପୋଲିସ ତରଫରୁ ସଟ୍‌ଡାଉନ୍‌କୁ ଦ୍ରୁଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ପେଟ୍ରୋଲିଂକୁ କଡାକଡି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ