କରୋନା ସଂକ୍ରମଣ ଯୋଗୁଁ ସଟଡାଉନ ପୋଲିସର କଡାକଡି ଯାଂଚ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜୁନମାସ ପ୍ରଥମ ସପ୍ତାହରୁ ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି । ସେହି ଅନୁଯାଇ ଆଜି ଜୁନମାସ ପ୍ରଥମ ସପ୍ତାହର ରବିବାର ସଟଡାଉନ ଯୋଗୁଁ ସହରର ଦୋକାନବଜାର ସବୁ ବନ୍ଦ ରହିଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ମଧ୍ୟ ଶୁନସାନ ଥିବାର ଦେଖିବାକୁ ମିଳିଥିଲା । ପୂର୍ବରୁ କରୋନା ଜନିତ ସଚେତନତା ଯୋଗୁଁ ଅମାନିଆମାନେ ସଟଡାଉନ ସମୟରେ ଆଉ ଘରୁ ବାହାରିବାକୁ ଉଚିତ ମଣୁ ନଥିବା ବେଳେ କେତେକ ବିନା ମାସ୍କରେ ଆସିଥିବା ଲୋକଙ୍କୁ ଜୋରିମାନା ଗଣିବାକୁ ପଡିଥିଲା । ଆଜି ପୋଲିସ ପକ୍ଷରୁ ସହରର ତିନିମୁହାଣି ଛକରେ ଗାଡି ଗୁଡିକୁ କଡାକଡି ଯାଂଚ କରୁଥିବାର ଦେଖିବାକୁ ମିଳିଥିଲା । ଇଛାପୁର ଠାରୁ ସାନ୍ତସାହି, କେଶପୁର ବଜାର, ଫର୍ଜନ ଛକ, ବଳଗଣ୍ଡି, ମଢିଆଳ, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ବାଲାବାବା ଛକ, ନୂଆବସଷ୍ଟାଣ୍ଡ, ମହିପାଳ, କଜଳା, ତିନିମୁହାଣି ଛକ, କଲେଜ ଛକ, ଦୁହୁରିଆ,ବାଲିଆ,ଜମଧର ପ୍ରଭୃତି ଅଚଂଳ ଜନଶୂନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା । କଦବା କୋଚିତ ଖଣ୍ଡେ ଅଧେ ୨ଚକିଆ ଯାନରେ ଲୋକେ ଯାଉଥିବା ଦେଖିବାକୁ ମିଳିଥିଲା । ଡିଏସପି କାର୍ତ୍ତିକ ମଲ୍ଲିକ,କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ପୋଲିସ ଫୋର୍ସଙ୍କ ସହିତ ତିନିମୁହାଣି ଛକରେ ରବିିବାର ପ୍ରବଳ ଖରାରେ କଡାକଡି ଯାଂଚ କରୁଥିବା ଦେଖିବାକୁ ମିଳିଥିଲା । ମାସ୍କ ପିନ୍ଧି ନଥିବା ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଅଳ୍ପ କେତେକ ଅମାନିଆଙ୍କୁ ରାସ୍ତା ଉପରେ ଦେଖିବାକୁ ମିଳିଥିଲା । ପୋଲିସର କଡାକଡି ଯାଂଚ ଯୋଗୁଁ ଲୋକେ ରାସ୍ତାରେ ଯିବାକୁ ସାହାସ କରୁନଥିଲେ । ପ୍ରାୟ ୨୨ଟି ପୋଲିସର ପାଟ୍ରୋଲିଂ ଟିମ ସହର ସମେତ ଆଖ ପାଖ ଅଚଂଳରେ ବୁଲି ଯାଂଚ କରୁଥିଲେ ।