କର୍କଟ ରୋଗରେ ମହିଳା ବନକର୍ମଚାରୀଙ୍କ ଦେହାନ୍ତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ତଳସ୍ଥନ ମହିଳା କର୍ମଚାରୀ ସୁକାନ୍ତି ବେହେରା(୫୨)ଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଯାଇଛି ।ସେ ଦିର୍ଘଦିନ ଅସୁସ୍ଥ ଥିଲେ ।ସେ ଜଣେ ଧର୍ମ ପରାୟଣ,କର୍ତ୍ତବ୍ଯନିଷ୍ଠ, ମିଷ୍ଟଭାଷୀ ମହିଳା ଥିଲେ । ତାଙ୍କର ମୃତ୍ୟୁରେ ବନବିଭାଗ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ସହକର୍ମୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବନବିଭାଗ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ତାଙ୍କର ବାଙ୍ଗିରିପୋଷିରେ ଶଶୁର ଘର ଗାଁ ରେ ଶବ ସତ୍କାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ