କର୍କଟ ରୋଗୀଙ୍କୁ ରକ୍ତଦାନ କରି ମାନବିକତା ଦେଖାଇଲେ ମନୋଜ

ମାଲକାନଗିରି,(ମନୋଜ କୁମାର ସାହା):ମାଲକାନଗିରି ଜ଼ିଲ୍ଲା ସଦର ମହକୁମା ର ସତ୍ରୁଧନ ପଶ୍ବନ୍ କର୍କଟ ରୋଗରେ ପୀଡ଼ିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିବାବେଳେ ତାଙ୍କୁ ଏ.ବି ପୋଜେଟିବ ରକ୍ତର ଆବଶ୍ୟକତା ହୋଇ ଥିଲା । ପରିବାର ବର୍ଗ ରକ୍ତ ପାଇ ବିଭିନ୍ନ ଜାଗାରେ ଯୋଗାଯୋଗ କରିଥିଲେ । ତେବେଏହି ଖବର ମାଲକାନଗିରି ରିକ୍ଲାମେସନ୍ ରାଇଜିଂ କ୍ଳବ ସମ୍ପାଦକ ଶ୍ରୀ କେ. ରାହୁଲ ଜାଣିବା ପରେ ତୁରନ୍ତ ରାଇଜିଂ କ୍ଲବ ର ସମସ୍ତ ମେମ୍ବର ସହିତ ଯୋଗାଯୋଗ କରିଥିଲେ ତେବେ ଏକ୍ଜିକ୍ୟୁଟିଭ ବୋଡି ମେମ୍ବର ରିକ୍ଲାମେସନ୍ ରାଇଜିଂ କ୍ଳବ ଶ୍ରୀ ମନୋଜ କୁମାର ଚୌଧାରୀ ମାନବିକତା ଦେଖାଇ ତୁରନ୍ତ ରକ୍ତ ଦେବାପାଇଁ ରାଜି ହୋଇଥିଲେ ଶ୍ରୀ ଚୌଧାରୀ ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କରିଥିଲେ |ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଏହି ଅବସରରେ ଏକ୍ଜିକ୍ୟୁଟିଭ ବୋଡି ମେମ୍ବର ରିକ୍ଲାମେସନ୍ ରାଇଜିଂ କ୍ଳବ ଶ୍ରୀ ସତ୍ୟଜିତ ଗୌଡ଼ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ