କର୍ଣ୍ଣାଟକ କ୍ରିକେଟ ପ୍ରିମିୟମ ଲିଗ୍ ଦଳର ମାଲିକ ଗିରଫ
ବେଙ୍ଗାଲୁରୁ : କର୍ଣ୍ଣାଟକ ପ୍ରିମିୟମ୍ କ୍ରିକେଟ ଲିଗ୍ ଦଳର ମାଲିକ ବେଟିଂ ସ୍କାଣ୍ଡାଲରେ ଜଡିତ ହେବା କାରଣରୁ ସେ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତର ନାମ ଅଲି ଅଶଫାକ ଥାରା । ଗିରଫ ହୋଇଥିବା ଥାରାକୁ ପୋଲିସ ଅଟକ ରଖି ଅଧିକ ପଚାରା ଉଚାରା କରୁଛି । ତଦନ୍ତରୁ ଜଣାପଡିଛି ଯେ ଖେଳାଳିଙ୍କ ସହ ଥାରାଙ୍କ ସିଧାସଳଖ ଯୋଗାଯୋଗ ରହିଛି । ଗତ ବର୍ଷ ବିଜାପୁର ବୁଲ୍ସ ଓ ହୁବୁଲି ଟାଇଗରସ ମଧ୍ୟରେ ଖେଳାଯାଇଥିବା କେପିଏଲ ମ୍ୟାଚରେ ବେଟିଂ କମ୍ପାନୀ ସଂନ୍ଦେହ ଘେରକୁ ଆସିଥିଲା । ଅଭିଯୋଗ ପରେ ବିସିସିଆଇ ବେଙ୍ଗାଲୁରୁ ପୋଂଲିସ ନିକଟରେ ମାମଲା ଦାୟର ହୋଇଥିଲା ।


