କର୍ଣ୍ଣାଟକ ବ୍ୟାଙ୍କ୍ରେ ୧୩କୋଟିର ଠକେଇ
ନୂଆଦିଲ୍ଲୀ (ଏଜେନ୍ସି): କର୍ଣ୍ଣାଟକ ବ୍ୟାଙ୍କ୍ ପକ୍ଷରୁ ରିଜର୍ଭ ବ୍ୟାଙ୍କ୍କୁ ୧୩.୨୬କୋଟି ଟଙ୍କାର ଠକେଇ ସମ୍ବନ୍ଧରେ ସୂଚିତ କରାଯାଇଛି । ଏହି ତଥ୍ୟ କର୍ଣ୍ଣାଟକ ବ୍ୟାଙ୍କ୍ ପକ୍ଷରୁ ପ୍ରଦାନ କରାଯାଇଛି । ତେବେ ଏହି ଠକେଇ ଏସ୍ଆର୍ଏସ୍ ଫାଇନାନ୍ସ ଲିମିଟେଡ଼୍କୁ କରାଯାଇଥିବା ଆର୍ଥିକ ସାହାଯ୍ୟ ଯୋଗୁଁ ହୋଇଛି । ବ୍ୟାଙ୍କ୍ ବିଏସ୍ଇକୁ ଦେଇଥିବା ତଥ୍ୟାନୁସାରେ ଟଙ୍କାର ଅନିୟମିତତା ଯୋଗୁଁ ଏହି ଠକେଇ ହୋଇଛି ।


